ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଏବେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଭାରତର ଦୁଇ ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଦିଲ୍ଲୀର ହୋଇଥିବା ବେଳେ ଜଣେ ଅନ୍ୟ ଜଣେ ବ୍ୟକ୍ତି ତେଲେଙ୍ଗାନାର ବୋଲି ଜଣାପଡ଼ିଛି।

କରୋନାରେ ଆକ୍ରାନ୍ତ ହୋଇଥିବା ଦିଲ୍ଲୀର ବ୍ୟକ୍ତି ଜଣଙ୍କ ନିକଟରେ ଇଟାଲି ଯାଇଥିଲେ। ସେହିପରି ତେଲେଙ୍ଗାନାର ରୋଗୀ ଜଣଙ୍କ ଦୁବାଇ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିଲେ। ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଉଭୟଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଚୀନ୍‌ରୁ ବ୍ୟାପି ଥିବା କରୋନା ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ଵରେ ପ୍ରାୟ ୮୯ ହଜାର ଲୋକଙ୍କୁ ଧରିଥିବାବେଳେ ଏଥିରୁ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Comment