ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଖାରଜ ହୋଇଛି। ଆଜି ସୁପ୍ରିମ୍‌କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ପବନ ପୁଣି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ରାଷ୍ଟ୍ରପତି ପବନର ରାଜକ୍ଷମା ଆବେଦନକୁ ଗ୍ରହଣ କଲେ ନାହିଁ।

ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ମଧ୍ୟ ପବନ ଦିଲ୍ଲୀ ପଟିଆଲା ହାଇକୋର୍ଟରେ ଆବେଦନ କରିଥିଲା। ହେଲେ ଦିଲ୍ଲୀ କୋର୍ଟ ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି।

ଏବେ ପବନର ସମସ୍ତ ନ୍ୟାୟିକ ପ୍ରକ୍ରିୟା ସରିଯାଇଛି। ପବନର ରାଜକ୍ଷମା ଖାରଜ ହେବା ପରେ ଚର୍ଚ୍ଚା ହେଉଛି ଯେ ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କ ଫାଶୀ ନିଶ୍ଚିତ।

Comment