ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ଖାରଜ ହେଲା ଦୋଷୀ ପବନର କ୍ୟୁରେଟିଭ ପିଟିସନ। ଫାଶୀ ଦଣ୍ଡାଦେଶକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିବାକୁ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ପବନର ପିଟିସନକୁ ଖାରଜ କରିଛନ୍ତି। ଫେବ୍ରୁଆରି ୨୭ ତାରିଖରେ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା।

ମାର୍ଚ୍ଚ ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦେବାକୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। ମଙ୍ଗଳବାର ଫାଶୀ ତାରିଖ ଥିବା ସମୟରେ ଦୋଷୀମାନେ ଫାଶୀରୁ ବର୍ତ୍ତିବାକୁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି। ମାର୍ଚ୍ଚ ୩ରେ ଫାଶୀ ହେବ କି ନାହିଁ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।

ପୂର୍ବରୁ ତିନି ତିନି ଥର ଫାଶୀ ତାରିଖ ଘୁଞ୍ଚାଯାଇଛି। ଯାହଫଳରେ ପୁଣି ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

Comment