ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର ସ୍ପେଶାଲ ଲିଭ୍‌ ପିଟିସନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ନିର୍ଭୟା ଘଟଣା ସମୟରେ ପବନ ନିଜକୁ ନାବାଳକ ଦର୍ଶାଇ ଏହି ପିଟିସନ ଦାଖଲ କରିଛି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ପିଟିସନକୁ ଖାରଜ କରିଥିଲେ। ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ପବନ। କୋର୍ଟ ଆଜି ଏହି ପିଟିସନର ଶୁଣାଣି କରି ରାୟ ଶୁଣାଇବେ। କୋର୍ଟଙ୍କ ରାୟକୁ ସାରାଦେଶ ଅପେକ୍ଷା କରିଛି।

ଅନ୍ୟପକ୍ଷରେ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଏହା ଏକ ଚାଲ୍‌ ବୋଲି କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ଦୋଷୀଙ୍କୁ ଫେବ୍ରୁଆରି ୧ରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment