ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ, ପାରାଦୀପରେ ଆଇଟି ପ୍ରଫେସନାଲଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ନିଜ ଆବେଦନପତ୍ର ଦାଖଲ କରିପାରିବେ।

ଯୋଗ୍ୟତା– କମ୍ପ୍ୟୁଟର ସଫ୍ଟଓ୍ଵେୟାର, ହାର୍ଡ ସଫ୍ଟଓ୍ଵେୟାର ଏବଂ ନେଟ୍‌ଓ୍ଵାର୍କିଂ ପ୍ରସିଡ୍ୟୋର୍‌ରେ ଜ୍ଞାନ ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଦରମା– ଦିନ ପିଛା ଦରମା ଦିଆଯିବ।

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନଙ୍କ ଆବେଦନପତ୍ର ୨୦୨୦ ମାର୍ଚ୍ଚ ୫ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବା ଦରକାର। ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଠିକଣା– ଦି କମାଣ୍ଡର, ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ, ଡିଷ୍ଟ୍ରିକ୍ଟ ହେଡ୍‌ କ୍ଵାଟର-୭ ପାରାଦ୍ଵୀପ, ଓଡ଼ିଶା ୭୫୪୧୪୨

Comment