ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ମଙ୍ଗଳବାରଠୁ ଅଧା ଓଡ଼ିଶାରେ ତାଲା ବନ୍ଦ
  • ମଙ୍ଗଳବାର ସକାଳ ୭ଟାରୁ ୯ ଜିଲ୍ଲା ‘ଲକ୍‌ଡାଉନ୍‌’
  • ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ତାଲା
  • ୧୪ରେ ପହଞ୍ଚିଲା ଲକ୍‌ଡାଉନ୍‌ ଜିଲ୍ଲା ସଂଖ୍ୟା

ରାଜ୍ୟ ସରକାର କରୋନା କଣ୍ଟ୍ରୋଲ ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି। ପୂର୍ବରୁ ୫ ଜିଲ୍ଲା ଓ ୮ ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାରଠୁ ଅଧା ଓଡ଼ିଶାକୁ ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସୂଚନା ଦେଇଛନ୍ତି।

‘ଲକ୍‌ଡାଉନ୍’ ଜିଲ୍ଲା ସଂଖ୍ୟା ବଢ଼ାଇଛନ୍ତି। ମଙ୍ଗଳବାର ସକାଳ ୭ଟାରୁ ୯ଟି ଜିଲ୍ଲା ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବାରଠୁ ‘ଲକ୍‌ଡାଉନ୍‌’ ରହିବ। ପୂର୍ବରୁ ୫ଟି ଜିଲ୍ଲା ଏବଂ ୮ଟି ପ୍ରମୁଖ ସହର ‘ଲକ୍‌ଡାଉନ୍‌’ ଘୋଷଣା କରିଥିଲେ ରାଜ୍ୟ ସରକାର। ଏବେ ଲକ୍‌ଡାଉନ୍‌ ଜିଲ୍ଲା ସଂଖ୍ୟା ୧୪ରେ ପହଞ୍ଚିଛି।

ପୂର୍ବରୁ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ଟାଉନ୍‌, ଯାଜପୁର ରୋଡ୍‌ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

ମଙ୍ଗଳବାରଠୁ ଅଧା ଓଡ଼ିଶା ଲକ୍‌ଡାଉନ୍‌ ରହିବ। ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବସ୍‌ ସେବା ବନ୍ଦ କରିଛନ୍ତି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ କରିବା ପରେ ମଙ୍ଗଳବାରଠୁ ଆନ୍ତଃଜିଲ୍ଲା ବସ୍‌ ସେବା ବନ୍ଦ କରାଯାଇଛି। ଆଜି ରାତି ୧୨ଟାରୁ ସିଟି ବସ୍‌ ଚଳାଚଳ ବନ୍ଦ ରହିବ।

Comment