ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ କ’ଣ ରହିଛି କରୋନା ଅପଡେଟ୍

  • କରୋନା ଆକ୍ରାନ୍ତ ଦେଶ ସଂଖ୍ୟା ୧୮୯କୁ ହ୍ରାସ ପାଇଲା।
  • ଗୁରୁବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରହିଥିଲା।
  • ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫, ୩୭, ୧୭୮ ।
  • କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪, ୧୨୬କୁ ବୃଦ୍ଧି।
  • କରୋନା ଆକ୍ରାନ୍ତ ଦେଶ ତାଲିକାରେ ଟପ୍-୧ରେ ପହଞ୍ଚିଲା ଆମେରିକା।
  • ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୭୫୩କୁ ବଢ଼ିଲା।
  • ଭାରତରେ ବର୍ତ୍ତମାନ ୨୦ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିସାରିଲେଣି।
  • ଓଡିଶାରେ ୨୫୬ ନମୁନାରୁ ୧୮୯ଟି ରେଜଲ୍ଟ ଆସିଛି।
  • ତା’ ଭିତରୁ ୩ଜଣ କରୋନା ପଜିଟିଭ୍।
  • ୪୪୯୫ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ କରିଛନ୍ତି।
  • କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍।
  • ସାରା ଓଡ଼ିଶାରେ କାମ କରୁଛି ୧୦୦ଟି କରୋନା ମନିଟରିଂ ଟିମ୍।

ରାଜ୍ୟ ସରକାରଙ୍କ କରୋନା ପ୍ୟାକେଜ୍

  • କରୋନା ମୁକାବିଲା ପାଇଁ ୨୨ ଶହ କୋଟିର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର।
  • ଖାଦ୍ୟ ସୁରକ୍ଷା ଯୋଜନାରେ ଆଗୁଆ ମିଳିବ ୩ ମାସର ରାସନ୍ ସାମଗ୍ରୀ।
  • ୯୪ ଲକ୍ଷ ପରିବାରକୁ ମିଳିବ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା।
  • ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବ ୪ ମାସର ଆଗୁଆ ଭତ୍ତା।
  • ୪୮ ଲକ୍ଷ ହିତାଧିକାରୀ ହେବେ ଉପକୃତ।
  • ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫ ଶହ ଟଙ୍କାର ଆର୍ଥିକ ସହାୟତା।
  • ୫୫୪୭ ଓଡ଼ିଶା ଫେରନ୍ତାଙ୍କ ପାଇଁ ୩୬ଟି ଖାଦ୍ୟ ଓ ରହଣି ଶିବିର ସ୍ଥାପନ।

Comment