ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବର୍ତ୍ତମାନ କରୋନା ଭାଇରସକୁ  ନେଇ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏହା ଦ୍ୱାରା ମଣିଷ ଚିନ୍ତିତ ହେବା ସ୍ୱାଭାବିକ କଥା। ଏହାର ପ୍ରଭାବ ନିଦ ଉପରେ ମଧ୍ୟ ପଡ଼ିପାରେ। ଭଲ ନିଦ ନହେଲେ ଆପଣ ଅସୁସ୍ଥ ହୋଇଯାଇପାରନ୍ତି। ତେଣୁ ଲକ୍‌ଡାଉନ ସମୟରେ ଭଲ ନିଦ ହେବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଜରୁରୀ।

ପର୍ଯ୍ୟାପ୍ତ ପରିମାଣର ଶୋଇବା ଆମ ଶରୀର ପାଇଁ ଆବଶ୍ୟକ। କାରଣ ଆବଶ୍ୟକ ପରିମାଣର ନଶୋଇଲେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଯେତେବେଳେ ଭଲ ନିଦ ହୁଏନି ସେତେବେଳେ ମଣିଷ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାଆନ୍ତି।

– ଭଲ ନିଦ ପାଇଁ ଆପଣ ଶୋଇବା ସସୟ ନିର୍ଦ୍ଧାରିତ କରିପାରିବେ। ନିର୍ଦ୍ଧାରିତ ସମୟ ଅନୁସାରେ ଆପଣ ଶୋଇଲେ ଆପଣଙ୍କ ନିଦ ପୂରା ହୋଇପାରିବ।

  • ରାତିରେ ହାଲ୍‌କା ଖାଇବାକୁ ଯେତେ ସମ୍ଭବ ଚେଷ୍ଟା କରିବେ। ରାତିରେ ଅତ୍ୟଧିକ ଖାଦ୍ୟ ଖାଇଲେ ଭଲ ନିଦ ହୋଇନଥାଏ।
  • ରାତିରେ ଶୋଇବା ଘରକୁ ସମ୍ପୂର୍ଣ୍ଣ ଅନ୍ଧାର କରନ୍ତୁ। କାରଣ ଆଲୋକରେ ଶୋଇଲେ ନିଦ ଶୀଘ୍ର ହୋଇନଥାଏ। ଶୋଇବା ଘର ଅନ୍ଧାର ଓ ଶାନ୍ତ ହେଲେ ଭଲ ନିଦ ଆସେ।
  • ଭଲ ନିଦ ପାଇଁ ନିଜ ବିଛଣା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ବିଛଣା ଆରମ ଦାୟକ ହୋଇଥିଲେ ଭଲ ନିଦ ହୋଇଥାଏ।
  • ଅନେକ ଲୋକ ଶୋଇବା ବେଳେ ମୋବାଇଲ ଫୋନର ବ୍ୟବହାର କରିଥାନ୍ତି। ଯାହାଦ୍ୱାରା ସହଜରେ ନିଦ ହୋଇନଥାଏ। ସେଥିପାଇଁ ଯେତେ ପାରିବେ ମୋବାଇଲଠା ଦୂରେଇ ରହନ୍ତୁ।
  • ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ପ୍ରକୃତି ସହ କିଛି ସମୟ ବିତାଇବା। ଏମିତି କରିବା ଦ୍ୱାରା ଆପଣଙ୍କୁ ରାତିରେ ନିଶ୍ଚୟ ଭଲ ନିଦ ହେବ।

Comment