ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କ୍ରିକେଟ୍ ବର୍ତ୍ତମାନ ଏକ ଲୋକପ୍ରିୟ ଖେଳ ଭାବେ ପ୍ରସିଦ୍ଧି ଲାଭ କରିସାରିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ୍ ଖେଳରେ ମସଗୁଲ ଥିବା ଦେଖିବାକୁ ମିଳିଥାଏ। ବଲିଉଡ୍ ଫିଲ୍ମ ନିର୍ମାତାମାନେ ମଧ୍ୟ ଏହାକୁ ନଜର ରଖି ଅନେକ ଫିଲ୍ମରେ କ୍ରିକେଟ୍ ଖେଳକୁ ରଖିଥିବା ଦେଖିବାକୁ ମିଳିଛି।

ତେବେ ଏଭଳି କିଛି ଫିଲ୍ମ ଯେଉଁଥିରେ ଆପଣ ବଲିଉଡ୍ ଫିଲ୍ମ ସହିତ କ୍ରିକେଟ ଖେଳ ବି ଦେଖିବାକୁ ପାଇବେ।

ଲଗାନ୍

ବଲିଉଡ୍ ଆକ୍ଟର ଅମିର ଖାନଙ୍କ ଅଭିନୀତ ଲଗାନ୍ ଫିଲ୍ମରେ ଲୋକମାନେ ପୂରାତନ ଭାରତର ଏକ ଚିତ୍ର ଦେଖିବାକୁ ପାଇବେ। ଯେଉଁଥିରେ ଗୋଟିଏ ଗାଁ’ର ଲୋକମାନେ ବ୍ରିଟିଶ ଖେଳାଳିଙ୍କ ସହିତ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥାଏ। ଏହି ଫିଲ୍ମରେ ଲୋକମାନେ କ୍ରିକେଟ୍ ଖେଳକୁ ଦେଖିବାକୁ ପାଇବେ।

ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ

ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଧୋନୀଙ୍କ ଜନ୍ମଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ପର୍ଯ୍ୟନ୍ତ ଦୃଶ୍ୟ ଦେଖିବାକୁ ମିଳିବ। କିଭଳି ଜଣେ ଯୁବକ ରେଲୱେ ଚାକିରି ଛାଡ଼ି ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେଉଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

କାଇ ପୋ ଚେ

ଚେତନ ଭଗତଙ୍କ ଲିଖିତ ପୁସ୍ତକ ‘ଦ ଥ୍ରୀ ମିସଟେକ୍ ଅଫ୍ ମାଇ ଲାଇଫ୍’ ଉପରେ ନିର୍ମିତ ହୋଇଥିବ ଫିଲ୍ମ କାଇ ପୋ ଚେ’ରେ ମଧ୍ୟ ଦର୍ଶକମାନେ କ୍ରିକେଟ୍ ଖେଳର ଏକ ଅଲଗା ରୂପକୁ ଦେଖିବାକୁ ପାଇବେ। ଏଥିରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କିଭଳି ଜଣେ ଛୋଟ ପିଲାକୁ କ୍ରିକେଟ୍ ଟ୍ରେନିଂ ଦେଇ ଜାତୀୟ ସ୍ତରର ଖେଳାଳି କରୁଛନ୍ତି ସେ କାହାଣୀ ବର୍ଣ୍ଣନା ହୋଇଛି।ଆଝାର

ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଧିନଙ୍କ ମ୍ୟାଚ୍ ଫିକ୍ସିଂ କାହାଣୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ ହେଉଛି ଆଝାର। ଏଥିରେ ଅଭିନେତା ଇମ୍ରାନ ହାସିମୀ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ। ଏଥିରେ ଆଝାରୁଦ୍ଧିନ୍ କିଭଳି କ୍ରିକେଟରେ କ୍ୟାରିଅର ଗଢ଼ିବା ସହିତ ମ୍ୟାଚ୍ ଫିକ୍ସିଂରେ ଫସିଥିଲେ ତାହା ଦେଖିବାକୁ ମିଳିବ।

ଚେନ୍ କୁଲି କି ମେନ୍ କୁଲି

ଜଣେ ୧୩ ବର୍ଷ ଯୁବକ ନିଜର ମ୍ୟାଜିକ୍ ବ୍ୟାଟକୁ ନେଇ ଟିମ୍ ଇଣ୍ଡିଆରେ ପ୍ରବେଶ କରିବା ସହିତ ସେଠାରେ ଚତ୍ମକାର ବ୍ୟାଟିଂ କରୁଛି। ଏଭଳିକି ତା ବ୍ୟାଟିଂ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଯାଉଛନ୍ତି। କ୍ରିକେଟ ଖେଳିବା ସହିତ ତାର ଜୀବନରେ ମଧ୍ୟ ପରିବର୍ତ୍ତନ ଦେଖାଦେଉଛି। ଏହି ସମୟରେ ତା ମ୍ୟାଜିକ ବ୍ୟାଟକୁ ତାର ଏକ ସାଙ୍ଗ ଭାଙ୍ଗି ଦେଉଛି। ଏହିଭଳି ଭାବେ ଦର୍ଶକମାନେ ଏହି ଫିଲ୍ମକୁ ଦେଖିବାକୁ ପାଇବେ।

Comment