ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ସୋମବାର ସୁଦ୍ଧା ୩ଶହ ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କରୋନାରେ ମୋଟ ୩୦୮ ଜଣ ବ୍ୟକ୍ତି ପ୍ରାଣ ହରାଇସାରିଲେଣି।

ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୯୧୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୯୮୭ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବାବେଳେ ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୪୯ ଜଣ ଲୋକ କରୋନାରେ ପ୍ରାଣ ହରାଇଥିବାବେଳେ ମଧ୍ୟପ୍ରଦେଶରେ ୩୬, ଗୁଜରାଟରେ ୨୫ ଓ ଦିଲ୍ଲୀରେ ୨୪ ଜଣ ଲୋକ ପ୍ରାଣ ହରାଇଛନ୍ତି।

corona

ସେହିପରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସେହି ୫୪ରେ ରହିଛି। ସୋମବାର ସୁଦ୍ଧା ରାଜ୍ୟରେ ୪୧୭୦ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ସେଥିମଧ୍ୟରୁ ୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି ଏବଂ ୪୦ ଜଣ ଆକ୍ରାନ୍ତ ଏବେ ବି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment