ଓଡ଼ିଶାଲାଇଭ୍‌ ବ୍ୟୁରୋ

୪୨.୨ ଡିଗ୍ରୀ ସହ ସୋନପୁର ସର୍ବାଧିକ ଉତ୍ତପ୍ତ ସହର।

ଟାଇଁ ଟାଇଁ ଖରା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ତାତିରେ ସାରା ଓଡ଼ିଶା ସିଝୁଛି। ଲକ୍‌ଡାଉନ୍‌ କଟକଣା ପାଇଁ ଲୋକେ କେହି ଘରୁ ବାହାରି ନଥିଲେ ବି ଖରାର ପ୍ରକୋପ ବଢ଼ି ଚାଲିଛି। ଆଜି ଓଡ଼ିଶାର ୭ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି। ଭୁବନେଶ୍ୱର ଓ କଟକର ତାପମାତ୍ରା ୪୦ ଡିଗ୍ରୀ ତଳେ ଥିବା ବେଳେ ଅନ୍ୟ ପ୍ରମୁଖ ସହରର ତାପମାତ୍ରା ୪୦ ଡେଇଁଛି।

ଆଜି ସୋନପୁରରେ ତାତି ରେକର୍ଡ ଭାଙ୍ଗିଛି। ଏହି ସହରରେ ତାପମାତ୍ରା ୪୨.୨ ଡିଗ୍ରୀ ଛୁଇଁଥିଲା। ସେହିପରି ବଲାଙ୍ଗିର ଓ ଅନୁଗୋଳରେ ତାପମାତ୍ରା ୪୧.୫ ଡିଗ୍ରୀ ଥିବା ବେଳେ ତାଳଚେର ୪୧.୪, ବୌଦ୍ଧ ଓ ଟିଟିଲାଗଡ଼ ୪୧.୨ ଏବଂ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱରର ତାପମାତ୍ରା ୩୭.୬ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା। ବାଲେଶ୍ୱର ୩୮ ଡିଗ୍ରୀ, ଚାନ୍ଦବାଲି ୩୭.୫ ଡିଗ୍ରୀ, ପାରାଦୀପ ୩୧.୬, ଗୋପାଳପୁର ୩୦.୫, ପୁରୀ ୩୨.୬, ବାରିପଦା ୩୨.୮, ଝାରସୁଗୁଡ଼ା ୩୯.୨, କେନ୍ଦୁଝର ୩୯.୨, ସମ୍ବଲପୁର ୩୯.୬, ସୁନ୍ଦରଗଡ଼ ୩୯.୦, ଭବାନୀପାଟଣା ୩୯.୭, କୋରାପୁଟ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା।

ଲକଡାଉନ୍‌ ପାଇଁ ଏବେ ଲୋକେ ଘରେ ରହିଛନ୍ତି। ହେଲେ ତାତିରୁ ନିସ୍ତାର ପାଉ ନାହାନ୍ତି। ଘରେ ରହିଲେ ବି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ସିଝୁଛନ୍ତି।

Comment