ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ପିଜା ଡେଲିଭରି ବଏ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ସେଠାରେ ଚିନ୍ତା ବଢ଼ିଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭୨ ପରିବାରକୁ କ୍ଵାରେଣ୍ଟାଇନରେ ରଖାଯାଇଛି। ଏହାକୁ ନେଇ ଏବେ ଲୋକ ସଚେତନ ହେବାରେ ଲାଗିଛନ୍ତି। ହେଲେ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ନିରାପଦ କି ନୁହେଁ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦି ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତାହେଲେ ଅନେକ ଦିଗରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ସେହି ଦିଗ ଉପରେ ନଜର ପକାଇବା।

corona

  • ଡେଲିଭରି ବଏଙ୍କଠାରୁ ଖାଦ୍ୟ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରନ୍ତୁ।
  • ଘରଠାରୁ ଦୂରରେ ଡେଲିଭରି ଗ୍ରହଣ କରନ୍ତୁ।
  • ଡେଲିଭରି ନେଲା ବେଳେ ମାସ୍କ ଓ ଗ୍ଲୋବ୍ସ ବ୍ୟବହାର କରନ୍ତୁ।
  • ଯଦି ଡେଲିଭରି ବଏ ମାସ୍କ ପିନ୍ଧି ନାହାନ୍ତି, ତାହେଲେ ଖାଦ୍ୟ ନେବାକୁ ମନା କରନ୍ତୁ।
  • କେବଳ ଡିଜିଟାଲ୍‌ ମୋଡ୍‌ରେ ପେମେଣ୍ଟ କରନ୍ତୁ।
  • ଡେଲିଭରି ନେବା ପରେ ହାତକୁ ଭଲ ଭାବରେ ଧୋଇ ପରିଷ୍କାର କରନ୍ତୁ।
  • ଖାଇବା ପୂର୍ବରୁ ଖାଦ୍ୟକୁ ଭଲ ଭାବେ ଗରମ କରି ଖାଆନ୍ତୁ।

ମେ’ ଯାଏଁ ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଖାଦ୍ୟ ଡେଲିଭରି ପାଇଁ ଅନୁମତି ଦିଆଯାଇଥିଲା। ତେବେ ଦିଲ୍ଲୀରେ ପିଜା ଡେଲିଭରି ବଏ କରୋନା ଆକ୍ରାନ୍ତ ହେବା ପରେ ଏବେ ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୩୭ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି।

Comment