ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ନମ୍ଵର ବ୍ୟବହାର କରୁଛନ୍ତି କି? ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଏୟାରଟେଲ, ଭୋଡାଫୋନ-ଆଇଡିଆ ନିଜ ପ୍ରିପେଡ୍‌ ଆକାଉଣ୍ଟ ଭାଲିଡିଟିକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ଏହି ଭାଲିଡିଟିକୁ ମେ’ ୩ ଯାଏଁ ବଢ଼ାଇବାକୁ ଘୋଷଣା ହୋଇଛି।

ପ୍ରଥମେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଗ୍ରାହକଙ୍କ ପାଇଁ ଆକାଉଣ୍ଟ ଭାଲିଡିଟିକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇବା ସହ ୧୦ ଟଙ୍କାର ଟକ୍‌ଟାଇମ ମଧ୍ୟ ଅଫର ଦେଇଥିଲେ। ଏବେ ଲକ୍‌ଡାଉନ୍‌ ଅବଧି ବଢ଼ିବାରୁ ପୁଣି ଏହି ଦୁଇ କମ୍ପାନି ଆକାଉଣ୍ଟ ଭାଲିଡିଟିକୁ ମଧ୍ୟ ବଢ଼ାଇ ଦେଇଛନ୍ତି।

ଏହି ଦୁଇ କମ୍ପାନିର ସର୍ବନିମ୍ନ ରିଚାର୍ଜ ପ୍ଲାନ ରହିଛି, ଯାହା ଅଧୀନରେ ଜଣେ ଉପଭୋକ୍ତାଙ୍କର ବର୍ତ୍ତମାନର ଯୋଜନା ସମାପ୍ତ ହେବା ପରେ ସେ ସାତ ଦିନ ପରେ ଆସୁଥିବା କଲ୍ ଗ୍ରହଣ ବନ୍ଦ ହୋଇଯାଏ। ବର୍ତ୍ତମାନ ଏକ ନୂତନ ପ୍ରେସ ବିଜ୍ଞପ୍ତିରେ ଏୟାରଟେଲ କହିଛି ଯେ ଲକଡାଉନ୍ ସମୟରେ ମୋବାଇଲ୍ ନମ୍ବର ରିଚାର୍ଜ କରିବାକୁ ଅସମର୍ଥ ପ୍ରାୟ ୩୦ ନିୟୁତ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ କମ୍ପାନି ପ୍ରିପେଡ୍ ଆକାଉଣ୍ଟ ଅବଧିକୁ ୩ ମେ’ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ସେହିପରି ଭୋଡାପୋନ-ଆଇଡିଆ ମଧ୍ୟ ନିଜ ଭାଲିଡିଟିକୁ ବଢ଼ାଇ ଦେଇଛି। ଏହା ଦ୍ଵାରା ଲୋକମାନେ ଲକ୍‌ଡାଉନ୍‌ରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କମ୍ପାନି କହିଛି।

Comment