ଓଡ଼ିଶାଲାଇଭ୍‌ ଏଣ୍ଟରଟନମେଣ୍ଟ ବ୍ୟୁରୋ

ଦିନେ ଫିଲ୍ମରେ ହିରୋଇନ ରୋଲ୍‌ କରୁଥିଲେ ‘ରାମାୟଣ ‘ମନ୍ଥରା ଲଳିତା ପାଓ୍ୱାର। ପୁଣି ଏମିତି କ’ଣ ହେଲା ତାଙ୍କୁ ନେଗେଟିଭ୍‌ ରୋଲ୍‌ କରିବାକୁ ପଡ଼ିଥିଲା।

୩୩ ବର୍ଷ ପରେ ରାମାନନ୍ଦ ସାଗରର ରାମାୟଣ ଟିଭିରେ ପ୍ରସାରିତ ହେବା ପରେ ପୁଣି ଥରେ ଲୋକେ ସେହି କଳାକାରଙ୍କୁ ମନେ ପକାଉଛନ୍ତି। ରାମାୟଣର ରାମ, ସୀତାଙ୍କୁ ଲୋକେ ମନେ ପକାଇବା ସହିତ ମନ୍ଥରାଙ୍କୁ ବି ଭୁଲି ନାହାନ୍ତି। ଆସନ୍ତୁ ଜାଣିବା ରାମାୟଣରେ ମନ୍ଥରା ରୋଲ୍‌ କରି ଦର୍ଶକଙ୍କ ଘୃଣା ପାଇଥିବା ଅଭିନେତ୍ରୀ ଲଳିତା ପାଓ୍ୱାରଙ୍କ ବିଷୟରେ ଅଜଣା କଥା।

– ଲଳିତା ପାଓ୍ୱାର ୧୯୧୬ ମସିହାରେ ନାସିକରେ ଜନ୍ମ ହୋଇଥିଲେ।

– ଲଲିତା ପାୱାର ୯ ବର୍ଷ ବୟସରେ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ରେ ଡେବ୍ୟୁ କରିଥିଲେ। ଲଲିତା ପାୱାର ସେହି ସମୟରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ।କୁହାଯାଏ ଯେ ଥରେ ସେ ତାଙ୍କ ପିତାଙ୍କ ସହ ଫିଲ୍ମର ସୁଟିଂ ଦେଖିବାକୁ ଆସିଥିଲେ, ସେତେବେଳେ ନିର୍ଦ୍ଦେଶକ ନାନା ସାହେବ ତାଙ୍କୁ ଦେଖିଥିଲେ। ସେ ଶିଶୁ କଳାକାର ଭୂମିକାରେ ଅଭିନୟ କରିବାକୁ ଅଫର୍‌ ଦେଇଥିଲେ।

ଏକ ଚାପୁଡ଼ା ତାଙ୍କ ଜୀବନ ବଦଳାଇ ଦେଲା

ହିନ୍ଦୀ ଫିଲ୍ମରେ ପ୍ରଥମ ଲଲିତା ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ରିଚୟ ସୃଷ୍ଟି କରିଥିଲେ। କିନ୍ତୁ ସମୟ କ୍ରମେ ତାଙ୍କ ଜଣେ ଖଳନାୟିକା ଭାବେ ଲୋକେ ମନେ ରଖିଲେ।  ଏହାର କାରଣ ଥିଲା ଫିଲ୍ମର ସେଟରେ ଘଟିଥିବା ଏକ ଦୁର୍ଘଟଣା ।

୧୯୪୨ରେ ମସିହାରେ ଫିଲ୍ମ ‘ଜଙ୍ଗ-ଏ-ଆଜାଦି’ର ସେଟରେ ଏକ ସିନ୍‌ ସୁଟିଂ କରାଯାଉଥିଲା। ଏହି ସିନ୍‌ରେ ଅଭିନେତା ଭଗବାନ୍ ଦାଦା ଲଲିତା ପାୱାରଙ୍କୁ ଚାପୁଡ଼ା ମାରିବାର ଥିଲା। ହେଲେ ସେ ଚାପୁଡ଼ା ଏତେ ଜୋରରେ ମାରିଥିଲେ ଯେ ଲଲିତା ପାୱାର ପଡ଼ିଯାଇଥିଲେ ଏବଂ ତାଙ୍କ କାନରୁ ରକ୍ତ ବାହାରିବାକୁ ଲାଗିଲା। ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଗଲା, ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ କିନ୍ତୁ ତାଙ୍କ ଡାହାଣ ଆଖିରେ ଆଘାତ ଲାଗିଥିଲା। ତାଙ୍କ ଡାହାଣ ଆଖି ଛୋଟ ହୋଇଯାଇଥିଲା। ଫଳରେ ତାଙ୍କ ଚେହେରା ସବୁଦିନ ପାଇଁ ଖରାପ ହୋଇଗଲା| ଏହା ପରେ ଲଲିତାଙ୍କୁ ହିରୋଇନ୍ ଭୂମିକା ପରିବର୍ତ୍ତେ ଭିଲେନ୍‌ ରୋଲ୍‌ ପାଇଁ ଅଫର୍‌ ମିଳିଥିଲା।

୧୯୯୮ରେ ଲଳିତା ଦୁନିଆକୁ ଅଲବିଦା କହିଥିଲେ ସେ।

Comment