ଓଡ଼ିଶାଲାଇଭ୍ବ୍ୟୁରୋ 

କରୋନା ଭୂତାଣୁ କେମିତି ବ୍ୟାପୁଛି ଏହା କାହିଁକି ମାରାତ୍ମକ? ଆସନ୍ତୁ ଜାଣିବା ଏନେଇ କହୁଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଅନ୍ୟ ଭୂତାଣୁଠାରୁ କୋଭିଡ୍‌-୧୯ ସବୁଠୁ ମାରାତ୍ମକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଔଷଧ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ।

ଥଣ୍ଡା, ସର୍ଦ୍ଦି ଯେମିତି ଗୋଟିଏ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଡେଇଁଥାଏ ସେହିଭଳି କରୋନା ଭୂତାଣୁ ମଧ୍ୟ ସଂକ୍ରମିତ ବ୍ୟକ୍ତିଠାରୁ ସୁସ୍ଥ ବ୍ୟକ୍ତି ପାଖକୁ ଆସିଥାଏ। କାଶ, ଛିଙ୍କ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିର ଶରୀରରୁ ବାହାରି ପରିବେଶରେ ଥିବା ନିତ୍ୟବ୍ୟବହାର ହେଉଥିବା ବିଭିନ୍ନ ଜିନିଷ ଉପରେ ରହିଯାଇଥାଏ। ସୁସ୍ଥ ବ୍ୟକ୍ତି ଏହି ଜିନିଷ ସଂସ୍ପର୍ଶରେ ଆସିଲେ ହାତ ଦେଇ ଏହା ଶରୀର ଭିତରକୁ ଯାଇଥାଏ।

corona virus

ମନେକର ଜଣେ କରୋନା ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ପରେ କୌଣସି ବସ୍ତୁ ବା ଡୋର ନବ୍‌ ବା ମୋବାଇଲ ଛୁଇଁଛନ୍ତି। ଏହାପରେ ଉକ୍ତ ଡୋର ନବ୍‌ ବା ମୋବାଇଲକୁ ଜଣେ ସୁସ୍ଥ ବ୍ୟକ୍ତି ଅଜାଣତରେ ଛୁଇଁଛନ୍ତି ଓ ଏହାପରେ ପାଟିରେ, ନାକରେ ହାତ ମାରିଛନ୍ତି ତେବେ ସୁସ୍ଥ ବ୍ୟକ୍ତି ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଏଥିପାଇଁ ବାହାରୁ ଆସିଲେ ହାତକୁ ୨୦ ସେକେଣ୍ଡ ପାଇଁ ହାତ ଧୋଇବା ଜରୁରୀ। ହାତକୁ ଅତିକମ୍‌ରେ ଦିନକୁ ୫ ଥର ପାଇଁ ଧୁଅନ୍ତୁ। ବାହାରକୁ ଗଲେ ମାସ୍କ ପିନ୍ଧି ଯାଆନ୍ତୁ। ସମସ୍ତଙ୍କଠାରୁ ସାମାଜିକ ଦୂରତା ବଜାୟ ରଖନ୍ତୁ।

ରୋଗୀ ସଂସ୍ପର୍ଶରେ ଆସିଥିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ଜରୁରୀ କାରଣ ୩ରୁ ୧୪ ଦିନ ମଧ୍ୟରେ ଲକ୍ଷଣ ଜଣାପଡ଼ିଥାଏ। ଲକ୍ଷଣ ଜଣାପଡ଼ିଲେ ଡାକ୍ତର ଟେଷ୍ଟ କରିବେ। ରିପୋର୍ଟ ପଜିଟିଭ୍‌ ବାହାରିଲେ ଚିକିତ୍ସା କରାଯିବ।

corona

ଡାକ୍ତର ନିରୋଜ କୁମାର ମିଶ୍ର କହିଛନ୍ତି, ‘‘କରୋନା ଭୂତାଣୁ ଏକ ସ୍ମାର୍ଟ ଭୂତାଣୁ। ଏହା ଯେକୌଣସି ସ୍ଥିତିରେ ବି ବଞ୍ଚିପାରେ।। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ୧ ମିଟର ଭିତରେ ରହିଲେ ସଂକ୍ରମଣର ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବସ୍ତୁକୁ ଛୁଇଁଲେ ବ୍ୟାପିବାର ସମ୍ଭାବନା ରହିଛି। ଏଥିରୁ ସୁରକ୍ଷିତ ରହିବାକୁ ହେଲେ ହାତ ଧୋଇବା ଜରୁରୀ। ବାହାରୁ ଆସିଲେ ୨୦ ସେକେଣ୍ଡ ଯାଏଁ ସାବୁନ ବା ହାଣ୍ଡଓ୍ୱାସ୍‌ରେ ଭଲ କରି ହାତ ଧୋଇବେ। ସମସ୍ତ ବ୍ୟବହୃତ ଜିନିଷ ବା ବାରମ୍ବାର ବ୍ୟବହାର କରୁଥିବା ଜିନିଷକୁ ସଫା କରନ୍ତୁ।’’

ହାତକୁ ଆଖି, ପାଟି ଓ ନାକରେ ଲଗାନ୍ତୁ ନାହିଁ। ବାରମ୍ବାର ବ୍ୟବହାର ହେଉଥିବା ଜିନିଷ ଯେପରିକି ମୋବାଇଲ ଫୋନ, ଲାପଟପ୍‌, କମ୍ପ୍ୟୁଟର କିବୋର୍ଡ ଆଦିକୁ ଅନ୍ୟ ସହ ବ୍ୟବହାର କରନ୍ତୁ ନାହିଁ। ହାଟ, ବଜାର, ମଲ୍‌ ବା କୌଣସି ସଭାସମିତି ବା ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ଘରେ ଏବଂ ଅଫିସରେ ଆପଣ ବ୍ୟବହାର କରୁଥିବା ପରିଷ୍କାର ପରିଚ୍ଛନତାରେ ରଖନ୍ତୁ।

stop corona 11

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣଙ୍କୁ ସଚେତନ ହେବାକୁ ପଡ଼ିବ। ଆପଣଙ୍କ ଘରେ ସୋସାଇଟିରେ ବା ଅଫିସରେ ଲୋକଙ୍କ ସହ ମିଳାମିଶା କଲା ବେଳେ ହାତ ମିଳାନ୍ତୁ ନାହିଁ। କାହାର କାଶ ବା ଛିଙ୍କ ହେଉଥିଲେ ତାଙ୍କଠାରୁ ଅନ୍ତତଃ ୧ ମିଟର ଦୂରତା ରକ୍ଷା କରନ୍ତୁ। ନିୟମିତ ବ୍ୟବଧାନରେ ସାବୁନରେ ବା ହ୍ୟାଣ୍ଡ ଓ୍ୱାସରେ ହାତ ଧୁଅନ୍ତୁ।

ଆସନ୍ତୁ ଜାଣିବା କେଉଁ ମାଧ୍ୟମରେ କେତେ ସମୟ ସକ୍ରିୟ ରହିପାରେ କରୋନା ଭୂତାଣୁ:

  • ତମ୍ବାପୃଷ୍ଠରେ ସାଢ଼େ ୩ ଘଣ୍ଟା।
  • କାଠବା ପ୍ଲାଇ ପୃଷ୍ଠରେ ୯ ଘଣ୍ଟା।
  • ଲୁହାପୃଷ୍ଠରେ ୧୩ ଘଣ୍ଟା।
  • ପ୍ଲାଷ୍ଟିକରେ ୧୬ ଘଣ୍ଟା।

Comment