ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀର ସିରିଏଲ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀଙ୍କ ସୋସାଇଟରେ ଜଣେ ଜଣେ କରୋନା ପଜିଟିଭ୍‌ ମିଳିଛନ୍ତି। ଏହା ଜାଣିବା ପରେ ଦେବୋଲିନା ନିଜକୁ ହୋମ କ୍ୱାରେଣ୍ଟାଇନ୍ କରିଛନ୍ତି। ରିପୋର୍ଟ ଅନୁସାରେ ଯେଉଁ ବ୍ୟକ୍ତି କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛନ୍ତି ତାଙ୍କ ଘରେ କାମ କରୁଥିବା ବ୍ୟକ୍ତି ଦେବୋଲିନାଙ୍କ ଘରେ ବି କାମ କରନ୍ତି। ପ୍ରଶାସନ ପକ୍ଷରୁ ଏହି ବ୍ୟକ୍ତିଙ୍କୁ ବି ୧୪ ଦିନ  କ୍ୱାରେଣ୍ଟାଇନରେ ରଖାଯାଇଛି।

ଦେବୋଲିନା ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ରୁହନ୍ତି। ଏବେ ସେ ତାଙ୍କ ଘରେ ଏକା ଅଛନ୍ତି। କାରଣ ତାଙ୍କ ମା’ ଏବେ ଆସାମରେ ରହୁଛନ୍ତି। ଯଦି ଏହି ୧୪ ଦିନ ଭିତରେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ତାହେଲେ ସେ ନିଜର ରକ୍ତ ନମୁନା ନିଶ୍ଚୟ ପରୀକ୍ଷା କରିବେ ବୋଲି କହିଛନ୍ତି।

ଦେବୋଲିନା ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ ‘ସାଥ୍‌ ନିଭାନା ସାଥିଆଁ’ରେ ଗୋପି ବୋହୂ ଭୂମିକାରେ ଲୋକପ୍ରିୟ ହୋଇଥିଲେ। ଏହାପରେ ସେ ବିଗ୍‌ ବସ୍ ସିଜିନ ୧୩ରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ସେ ଢେର ମନୋରଞ୍ଜନ ଯୋଗାଇଥିଲେ।

Comment