ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଷ୍ଟାରମାନେ କରୋନା ସହିତ ଯୁଦ୍ଧରେ ଲଗାତର ସାହାଯ୍ୟ କରୁଛନ୍ତି। ବଲିଉଡ କିଙ୍ଗ୍‌ ଖାନ ଆରମ୍ଭରୁ ଲୋକଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଆସୁଛନ୍ତି। ଏଥର ଶାହରୁଖ କୋଭିଡ -୧୯ ବିରୋଧରେ ଯୁଦ୍ଧରେ ଭାଗ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଶାହାରୁଖ ଖାନ ତାଙ୍କ ଫାଉଣ୍ଡେସନ ‘ମିର’ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

ଟୁଇଟ କରି ସେ ଲେଖିଛନ୍ତି, ‘‘ମିର ଫାଉଣ୍ଡେସନ କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟର୍ମୀଙ୍କ ପାଇଁ କାମ କରୁଛି। ଆପଣ ବି ଆମ ପ୍ରୟାସରେ ସାମିଲ ହୁଅନ୍ତୁ। ଆମ ଫାଉଣ୍ଡେସନ ଲିଙ୍କରେ ଦାନ କରନ୍ତୁ। ଆପଣଙ୍କ ଛୋଟିଆ ସାହାଯ୍ୟ ଅନେକଙ୍କ ଉପକାରରେ ଆସିବ।’’

ଶାହରୁଖ ଖାନ ପିଏମ କେୟାର ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରେ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ସେ କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ୨୫ ହଜାର ପିପିଇ କିଟ୍‌ ଦେଇଛନ୍ତି।

Comment