ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ପାଇଁ ଅଧାରେ ଅଟକିଯାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା ସୂଚୀ ମଧ୍ୟ ଘୋଷଣା ହୋଇଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରୋମେଶ ପୋଖରିୟାଲ୍ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପନ୍ଦର ଦିନରେ ୨୯ଟି ପ୍ରମୁଖ ବିଷୟର ପରୀକ୍ଷା ହେବ ବୋଲି ସୂଚନା ରହିଛି।

ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ପୂର୍ବରୁ ସୂଚନା ଦେଇସାରିଥିଲେ। ସୋମବାର ଏହି ପରୀକ୍ଷାର ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି।

Comment