ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଭାଇରସ ପାଇଁ ମନୋରଞ୍ଜନ ଶଳ୍ପ ଠପ୍‌ ହୋଇପଡ଼ିଛି। ବହୁ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ଥିଲାବେଳେ ଲକଡାଉନ୍ ପାଇଁ କିନ୍ତୁ ରିଲିଜ ହୋଇପାରୁନାହିଁ। ଏହାର ସବୁଠୁ ଅଧିକ ପ୍ରଭାବ ଅଭିନେତା ଅକ୍ଷୟ କୁମାରଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। କାରଣ ଅକ୍ଷୟଙ୍କ ପ୍ରାୟ ୬ଟି ବିଗ୍‌ ବଜେଟ ଫିଲ୍ମ ରିଲିଜ ଅପେକ୍ଷା ରେ ରହିଛି।

ଅତରେଙ୍ଗୀରେ

ଅକ୍ଷୟ କୁମାର ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଫିଲ୍ମ ଅତରେଙ୍ଗୀରେ ସାଇନ କରିଛନ୍ତି। ଏହି ଫିଲ୍ମର ସୁଟିଂ ଏପ୍ରିଲ ୧୫ରୁ ହେବାର ଥିଲା। ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାନ୍ ଏବଂ ଧନୁଷ ନଜର ଆସିବେ।

ବଚ୍ଚନ ପାଣ୍ଡେ

‘ହାଉସଫୁଲ ୪’ର ସଫଳତା ପରେ ପ୍ରଡ୍ୟୁସର ସାଜିଦ ଓ ନିର୍ଦ୍ଦେଶକ ଫରହାଦ ସାମଜୀଙ୍କ ଫିଲ୍ମ ବଚ୍ଚନ ପାଣ୍ଡେ ହେଉଛି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ। ଏହା ଏକ ଆକ୍ସନ ଫିଲ୍ମ। ଲକଡାଉନ ପାଇଁ ପିଲ୍ମର ସୁଟଂ ହୋଇପାରିନାହିଁ।

ବେଲ୍‌ ବଟମ୍‌

ଅକ୍ଷୟଙ୍କ ଆଉ ଏକ ଫିଲ୍ମ ବେଲ୍‌ ବଟମର ପୋଷ୍ଟର ଲକଡାଉନ ପୂର୍ବରୁ ରିଲିଜ ହୋଇଥିଲା। ୨୦୨୧, ଜାନୁଆରି ୨୨ରେ ଫିଲ୍ମ ରିଲିଜ ତାରିଖ ସ୍ଥିର ହୋଇଛି। କିନ୍ତୁ ଏହି ଫିଲ୍ମ ଲକଡାଉନ ଯୋଗୁଁ ସୁଟିଂ ହୋଇପାରିନାହିଁ।

ଲକ୍ଷ୍ମୀ ବମ୍

ଏହି ଫିଲ୍ମରେ ଅକ୍ଷୟ କୁମାର କିନ୍ନରଙ୍କ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ରର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଥିଲା ​​ଯାହା ଚୂଡାନ୍ତ ହେବାକୁ ଯାଉଛି। ଏଥିରେ ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଡିଜିଟାଲ୍ ରିଲିଜ୍ ହୋଇପାରେ ବୋଲି ଶୁଣାଯାଉଛି।

ପୃଥ୍ୱୀରାଜ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ ପୃଥ୍ୱୀରାଜ’ ଚଳିତ ବର୍ଷ ଦିପାବଳିରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ନଜର ଆସିବେ।  ଏହି ଫିଲ୍ମବି ଏବେ ରିଲିଜ ଅପେକ୍ଷାରେ ରହିଛି।

ସୂର୍ଯ୍ୟବଂଶୀ

ସିଙ୍ଘମ, ସିମ୍ବା ପରେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ସୂର୍ଯ୍ୟବଂଶୀକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମରେ, ଅକ୍ଷୟ କୁମାର ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ବି ଲକଡାଉନ ପାଇଁ ରିଲିଜ ଅପେକ୍ଷାରେ ରହିଛି।

Comment