ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାର୍ ପ୍ଲସରେ ଲକ୍ଡାଉନ୍ରେ ପ୍ରସାରିତ ହେଉଥିବା ସିଦ୍ଧାର୍ଥ କୁମାର ତିୱାରୀଙ୍କ ମହାଭାରତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଶୋ’ର ପୁନରାବୃତ୍ତି ଶୋ ’ପୁଣିଥରେ ଆଲୋଚନାରେ ତାର ଷ୍ଟାରକାଷ୍ଟ ଆଣିଛି | ଆଜି ଆମେ ମହାଭାରତରେ ସତ୍ୟବତୀଙ୍କ ଭୂମିକାରେ ଅଭିନୟ କରୁଥିବା ସାୟନ୍ତାନୀ ଘୋଷଙ୍କ ବିଷୟରେ ଆଲୋଚନା କରିବା, ଯିଏ ଅନେକ ପୁରାଣ ଏବଂ ଅଲ ern କିକ ଶୋ’ରେ ଅଭିନୟ କରିଛନ୍ତି

ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କୁ ପରଦା ଉପରେ ଦେଖିବା ମାତ୍ରେ ଦର୍ଶକ ହସନ୍ତି। ଅଧିକାଂଶ ସମୟରେ ସେ ଏକାକି ହସାଇବାକୁ ସକ୍ଷମ। ହେଲେ କେତେକ ସିନେମାରେ ଦର୍ଶକ ତାଙ୍କ ସହ ଯୋଡିଦାର ଭାବେ କିଛି ଅଭିନେତ୍ରୀଙ୍କୁ ଦେଖିଛନ୍ତି। ଜାଣନ୍ତି କି ଏମାନଙ୍କ ଭିତରୁ ପପୁଙ୍କ ସହିତ କେଉଁ ହିରୋ‍ଇନ ଦର୍ଶକମାନଙ୍କର ଅଧିକ ପସନ୍ଦ।

ପପୁଲିପ୍ସା

ପପୁଙ୍କର ସବୁଠାରୁ ହିଟ୍ ଯୋଡିଦାର ହେଲେ ଲିପ୍‌ସା ମିଶ୍ର। ପପୁ-ଲିପ୍‌ସାଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ‘ପିଲାଟା ବିଗିଡ଼ି ଗଲା’ ସିନେମାରେ, ଯାହା ୨୦୧୫ରେ ରିଲିଜ୍ ହୋଇଥିଲା।

‘ପିଲାଟା ବିଗିଡିଗଲା’ରେ ପପୁ ଓ ଲିପ୍‌ସାଙ୍କ ଉପରେ ପିକ୍‌ଚରାଇଜ୍ ହୋଇଥିବା ଗୀତଟି ବେଶ୍ ହିଟ୍ ହୋଇଥିଲା। ଏହି ଗୀତଟି ହେଲା-‘ବୋମାଟା ଫୁଟିଗଲାରେ…’। ଏହି ସିନେମାରେ ପପୁ-ଲିପସାଙ୍କ ଯୋଡି ବେଶ୍ ଜମିଯାଇଥିଲା। ଆଗକୁ ଏହି ଯୋଡି ‘ଟୋକାଟା ଫସିଗଲା’ରେ ବି ନିଜର କମାଲ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି।

ପପୁଚାନ୍ଦିନୀ

ପପୁ ଜଣେ ନାମୀ କମେଡିଆନ୍। ଠିକ୍ ସେମିତି ଚାନ୍ଦିନୀ ବି ଜଣେ ଜଣାଶୁଣା ହାସ୍ୟାଭିନେତ୍ରୀ। ଏହି ଯୋଡିକୁ ଦର୍ଶକ ଏକ ଓଡ଼ିଆ ସିନେମାରେ ବେଶ୍ ମଜାଦାର ରୋଲ୍‌ରେ ଦେଖିବାକୁ ପାଇଛନ୍ତି।

ପପୁ-ଚାନ୍ଦିନୀଙ୍କ ଯୋଡି ଗତବର୍ଷ ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା ‘କଥା ଦେଲି ମଥା ଛୁଇଁ’ରେ ଦେଖିବାକୁ ପାଇଥିଲେ। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିରେ ଥିଲା ପପୁ-ଚାନ୍ଦିନୀଙ୍କ ଉପରେ ପିକଚରାଇଜ୍ ହୋଇଥିବା ଏକ ଗୀତ। ତାହା ହେଲା- ‘ତମେ ବାହା ହେଇଚ ନା ବାଡୁଅ ଅଛ…’। ଏହି ସିନେମାରେ ନବାଗତ ଅମନ୍, ରୀୟା ଦେ, ଅଭିଷେକ, ବିଜୟ ମହାନ୍ତି, ମିହିର ଦାସ, ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ

ପପୁଦେବଯାନୀ

ପପୁ ପମପମଙ୍କର ଆଉ ଏକ ହିଟ୍ ପାର୍ଟନର ହେଲେ ଦେବଯାନୀ। ପପୁଙ୍କୁ ପ୍ରଥମ ଥର ପାଇଁ ପରଦାରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିଲା ଫିଲ୍ମ ‘ରଙ୍ଗିଲା ଟୋକା’ରେ। ଏହି ଫିଲ୍ମରେ ପପୁଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଦେବଯାନୀ।

ପପୁ-ଦେବଯାନୀଙ୍କର ଏହି ଯୋଡି ଦର୍ଶକମାନଙ୍କୁ ଖୁବ୍‍ ପସନ୍ଦ ଆସିଥିଲା। ସିନେମାରେ ଏହି ଯୋଡିଙ୍କର ରୋମାନ୍ସ, କମେଡି ଓ ଟ୍ରାଜେଡି ଦେଖିବାକୁ ପାଇଥିଲେ ଦର୍ଶକ।

ପପୁଲଭଲି

ପପୁଙ୍କ ଅନ୍ୟ ଏକ ଉଲ୍ଲେଖନୀୟ ସିନେମା ହେଲା ‘ଚଉକା ଛକା’। ଏହି ଫିଲ୍ମରେ ପପୁଙ୍କ ଅଭିନୀତ ଚରିତ୍ର ଥିଲା ‘ଶିବୁ’। ତାଙ୍କ ବିପକ୍ଷରେ ଏଥିରେ ନାୟିକା ଭୂମିକାରେ ଥିଲେ ଲଭଲି। ‘ଚଉକା ଛକା’ ଫ୍ଲପ ହୋଇଥିଲେ ବି ପପୁ-ଲଭଲିଙ୍କ ଯୋଡିକୁ ବେଶ୍‍ ପସନ୍ଦ କରିଥିଲେ ଦର୍ଶକ।

Comment