ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍। ସୋମବାର ୪୨ ବର୍ଷ ବୟସରେ କିଡନୀ ସଂକ୍ରମଣ ହେତୁ ତାଙ୍କର ପରଲୋକ ଘଟିଛି।

ଏହା ପୂର୍ବରୁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିଲା। ହେଲେ ନିକଟରେ ସେ ତାଙ୍କର କିଡନୀ ସଂକ୍ରମଣ ହେବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଗତ ଚାରିଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହେବା କାରଣରୁ ସେ ଭେଣ୍ଟିଲେଟରରେ ଥିଲେ। ସୋମବାର ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ୱାଜିଦ୍ ବଲିଉଡକୁ ଅନେକ ହିଟ୍ ଗୀତ ଦେଇଛନ୍ତି। ୧୯୯୮ ମସିହାରେ ‘ପ୍ୟାର୍ କିୟା ତୋ ଡରନା କୟା’ରେ ସେ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ତେରେ ନାମ୍, ତୁମକୋ ନା ଭୁଲ ପାଏଙ୍ଗେ, ପାର୍ଟନର ଆଦି ଫିଲ୍ମରେ ସେ କାମ କରିଥିଲେ। ଏଥିସହିତ ସଲମାନ ଖାନଙ୍କ ୱାଣ୍ଟେଡ୍, ଦବଙ୍ଗ, ଏକ ଥା ଟାଇଗର ଆଦି ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Comment