ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୦୪କୁ ବୃଦ୍ଧି ପାଇଛି। ସେହିପରି ୧ ହଜାର ୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ଏଯାଏଁ ୯୬୯ ଜଣ ସକ୍ରିୟ ରହିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ମେ’ ୨୧ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ହେଲେ ଏହି ସଂଖ୍ୟା ୧ ହଜାର ଛୁଇଁବା ପାଇଁ ୨ ମାସ ଲାଗିଯାଇଥିଲା। ହେଲେ ଏହି ସଂଖ୍ୟା ହଜାରେରୁ ଦୁଇ ହଜାର ହେବା ପାଇଁ ମାତ୍ର ୧୦ ଦିନ ଲାଗିଛି। ଅର୍ଥାତ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି।

ସେହିପରି ଆଜି ମଧ୍ୟ ରାଜ୍ୟରେ ସର୍ବାଧିକ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ାରୁ ସର୍ବାଧିକ ୫୦ ଆକ୍ରାନ୍ତ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ଉପରେ ନଜର ପକାଇଲେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୩୧, ଯାଜପୁରରୁ ୨୮୦, ବାଲେଶ୍ଵରରୁ ୧୫୨, ଖୋର୍ଦ୍ଧାରୁ ୧୪୧, କେନ୍ଦ୍ରାପଡ଼ାରୁ ୧୩୯, କଟକ ଓ ଭଦ୍ରକରୁ ଲେଖାଏଁ, ପୁରୀରେ ୯୧, ଜଗତସିଂହପୁର ଓ ବଲାଙ୍ଗିରରେ ୮୨ ଲେଖାଏଁ, ନୟାଗଡ଼ରେ ୬୮ ଓ ସୁନ୍ଦରଗଡ଼ରେ ୫୭ ପଜିଟିଭ ରହିଛନ୍ତି।

Comment