ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 ବଲିଉଡ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କୁ ହରାଇଛି। ୪୨ ବର୍ଷ ବୟସରେ ରବିବାର ରାତିରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ଓ୍ୱାଜିଦ ଖାନ ତାଙ୍କ ଭାଇ ସାଜିଦଙ୍କ ସହ ଅନେକ ବଲିଉଡ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଭୟ ଭାଇଙ୍କ ଯୋଡି ସାଜିଦ-ୱାଜିଦ୍ ଭାବରେ ପ୍ରସିଦ୍ଧ। ଆସନ୍ତୁ ଜାଣିବା ଏହି ଯୋଡ଼ିଙ୍କ କିଛି ସୁପରହିଟ ଗୀତ ସମ୍ପର୍କରେ…

୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’ର ହିଟ୍‌ ଗୀତ ‘ମାସ୍‌ଅଲ୍ଲାହ’ର ନିର୍ଦ୍ଦେଶନା ଦେଇଥିଲେ ସାଜିଦ ଓ୍ୱାଜିଦ। କେବଳ ନିର୍ଦ୍ଦେଶନା ନୁହେଁ ଏହି ଗୀତରେ ଓ୍ୱାଜିଦ କଣ୍ଠଦାନ ବି କରିଥିଲେ।

ବଲିଉହର ଏଭରଗ୍ରୀନ ସଙ୍ଗ୍‌ ‘ସୋନି ଦେ ନଖରେ’ରେ ବି ଓ୍ୱାଜିଦ କଣ୍ଠଦାନ କରିଥିଲେ।  ଏହି ଗୀତ ଫିଲ୍ମ ‘ପାର୍ଟନର’ର ଥିଲା। କ୍ୟାଟ୍ରିନା କୈଫ୍‌, ଗୋବିନ୍ଦା, ସଲମାନଙ୍କ ଅଭିନୀତ ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା।

ସେହିପରି ଫିଲ୍ମ ଓ୍ୱାଣ୍ଟେଡର ବହୁ ଲୋକପ୍ରିୟ ଗୀତ ‘ମେରା ହି ଜଲଓ୍ୱା’କୁ ସାଜିଦ, ଓ୍ୱାଜିଦ ଦୁଇ ଭାଇ ଗାଇଥିଲେ। ଏହି ଫିଲ୍ମ ୨୦୦୯ରେ ରିଲିଜ ହୋଇଥିଲା।
ସୁପରଡୁପର ହିଟ୍‌ ଫିଲ୍ମ ରାଓଡି ରାଠୌରର ‘ଆରେ ପ୍ରିତମ ପ୍ୟାରେ’, ବୀରର ‘ସୁରିଲି ଆଖିୟୋଁ ବାଲି’, ‘ତୁଝେ ଅକ୍ସା ଘୁମା ଦୁଁ’, ଦବଙ୍ଗ ଫିଲ୍ମର ଟାଇଟଲ ଟ୍ରାକ, ଦବଙ୍ଗ ୨ର ‘ଫେବିକଲ’ ଗୀତରେ ସାଜିଦ ଓ୍ୱାଜିଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

Comment