ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋAkshay-Kumar 4

ବଲିଉଡ ଅଭିନେତା ଅକ୍ଷୟ କୁମାର ଫିଲ୍ମ ଗୋଟିଏ ବର୍ଷରେ ସର୍ବାଧିକ ଫିଲ୍ମ କରନ୍ତି। ସୁବଠୁ ଅଧିକ ଆୟ ମଧ୍ୟ କରିଥାନ୍ତି। ମାରାତ୍ମକ କରୋନା ପାଇଁ ତାଙ୍କୁ ହିଁ ଅଧିକ କ୍ଷତି ସହିବାକୁ ପଡ଼ିଛି। କାରଣ ତାଙ୍କର କିଛି ଫିଲ୍ମ ରିଲିଜ ହୋଇପାରନଥିଲା ବେଳେ ଆଉ କିଛି ଫିଲ୍ମ ସୁଟିଂ ମଧ୍ୟ ହୋଇପାରୁନାହିଁ।

ରିପୋର୍ଟ ଅନୁସାରେ ଅକ୍ଷୟ ଜୁଲାଇ ମାସରୁ ତାଙ୍କର କାମ ଆରମ୍ଭ କରୁଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବେଲ ବଟମ୍’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଅକ୍ଷୟ ଜୁଲାଇ ମାସରେ ଏହି ଫିଲ୍ମର ସୁଟିଂ ପାଇଁ ଲଣ୍ଡନ ଯିବେ ବୋଲି ଶୁଣିବାକୁ ମିଳିଛି। ‘ବେଲ୍‌ ବଟମ’ ରଣଜିତ ତିୱାରୀଙ୍କ ନିର୍ଦ୍ଦେଶିତ ଏକ ବିଗ୍‌ ବଜେଟ୍ ଫିଲ୍ମ।

ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ ବ୍ୟତୀତ ‘ଲକ୍ଷ୍ମୀ ବମ୍’ ମଧ୍ୟ ଲକଡାଉନ୍ ପରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି। ସେହିପରି ‘ବେଲ୍ ବଟମ୍’ ବ୍ୟତୀତ ଅକ୍ଷୟ ଖୁବ୍ ଶୀଘ୍ର ଆନନ୍ଦ ଏଲ୍ ରାୟଙ୍କ ପରବର୍ତ୍ତୀ ଫିଲ୍ମ ‘ଅତରଙ୍ଗୀ’  ସୁଟିଂ ଆରମ୍ଭ କରିପାରନ୍ତି।

Comment