ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଭାରତରେ ଅଣାୟତ୍ତ ହେଉଛି କରୋନା ଭାଇରସ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଭାରତ ଶୁକ୍ରବାର ଦିନ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୫୬ ଟି ନୂଆ କରୋନା ମାମଲା ଆସିଥିଲା ବେଳେ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷ ୯୭ ହଜାର ୫୩୫ ଜଣ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଆମେରିକାରେ ୨୦ ଲକ୍ଷ କେସ୍‌,  ବ୍ରାଜିଲରେ ୮ ଲକ୍ଷ, ୠଷ୍‌ରେ ୫ ଲକ୍ଷ, ୟୁକେରେ ୨.୯୨ ଲକ୍ଷ କରୋନା କେସ୍‌ ରହିଛି।

ସେହିପରି ରାଜ୍ୟମାନଙ୍କର ତାଲିକାରେ ମହାରାଷ୍ଟ୍ର ସବୁଠୁ ଉପରେ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୩୫୯୦କୁ ବୃଦ୍ଧି ପାଇଛି।

Comment