ଓଡ଼ିଶାଲାଇଭ୍ ବ୍ୟୁରୋ

gurtej singh-1

ନାମ ଗୁରତେଜ ସିଂ, ବୟସ ମାତ୍ର ୨୩, ପେଶାରେ ଭାରତ ଭୂମିର ରକ୍ଷା ଦାୟିତ୍ୱକୁ କାନ୍ଧରେ ବହନ କରିଥିବା ଜଣେ ବୀର ଯବାନ। ହେଲେ ଆଜି ସେ ନାହାନ୍ତି। ଏହି ଭୂମିର ରକ୍ଷା କରୁ କରୁ ସହିଦ ହୋଇଯାଇଛନ୍ତି ପଞ୍ଜାବର ଗୁରତେଜ ସିଂ।

ଲଦାଖର ଗଲଓ୍ୱାନ ଘାଟିରେ ହୋଇଥିବା ଭାଗତ-ଚୀନ ଯବାନଙ୍କ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ଜଣ ଭାରତୀୟ ଯବାନ। ଏଥିରେ ସାମିଲ୍ ଅଛନ୍ତି ପଞ୍ଜାବର ଗୁରତେଜ ସିଂ। ମାତ୍ର ୨୩ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇ ଅମର ହୋଇଯାଇଛନ୍ତି ଗୁରତେଜ।

gurtej singh-2

ବୁଧବାର ସକାଳେ ଗୁରୁତେଜଙ୍କ ସହିଦ ହେବା ଖବର ପାଇଥିଲେ ଘରଲୋକେ। ଏହାପରେ କାନ୍ଦ ବୋବାଳିରେ ଫାଟି ପଡ଼ିଲା ତାଙ୍କ ଗାଁ। ମାନସା ଗ୍ରାମର ବିରେଓ୍ୱାଲା ଡୋଗରା ବାସିନ୍ଦା ଥିଲେ ଗୁରତେଜ। ତିନି ଭାଇଙ୍କ ଭିତରେ ସେ ସବୁଠୁ ସାନ ଓ ଗେହ୍ଲା। ଗତ ପନ୍ଦର ଦିନ ତଳେ ତାଙ୍କ ବଡ଼ ଭାଇଙ୍କ ବିବାହ ହୋଇଥିଲା। ଆନନ୍ଦ, ଉଲ୍ଲାସ, ଖୁସି ମୌଜରେ ଥିଲେ ପରିବାର ଲୋକେ ହେଲେ ଏହି ଖବର ପାଇବା ପରେ ଯେପରି ପରିବାର ପାଇଁ ସବୁକିଛି ଶେଷ ହୋଇଯାଇଛି। ତାଙ୍କ ପାର୍ଥିବ ଶରୀର କାଲି ଗାଁରେ ପହଞ୍ଚିବା ପରେ ସେଠାରେ ଅନ୍ତିମ ସଂସ୍କାର କରାଯିବ।

Comment