ଓଡ଼ିଶାଲାଇଭ୍ ବ୍ୟୁରୋ

rajesh-orang-1

ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ-ଚୀନ ଯବାନ ମୁହାଁମୁହିଁରେ ପ୍ରାଣ ହରାଇଛନ୍ତି ୨୦ ଜଣ ଯବାନ। ସହିଦ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଶ୍ଚିମବଙ୍ଗର ରାଜେଶ ଓରଙ୍ଗ। ବୀରଭୁମ ଜିଲ୍ଲାର ମୋହମ୍ମଦ ବଜାର ଥାନା ଅଧିନରେ ଥିବା ବେଲଘରିଆ ଗ୍ରାମରେ ତାଙ୍କର ଜନ୍ମ। ବାପା ଜଣେ କୃଷକ।

ଏହି ମାସରେ ବିବାହ କରିଥାନ୍ତି ରାଜେଶ। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଥିଲା। ହେଲେ କିଏ ଜାଣିଥିଲା, ବିବାହ ପୋଷାକ ବଦଳରେ ତ୍ରିରଙ୍ଗା ପତାକାରେ ଗୁଡ଼ାଇ ହୋଇ ଆସିବେ। ତାଙ୍କ ବିବାହ ପାଇଁ ଆନ୍ଦନ ଉଲ୍ଲାସରେ ପ୍ରସ୍ତୁତ ହେଉଥିବା ତାଙ୍କ ଗାଁ ଲୋକେ ଆଜି ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି। ରାଜେଶଙ୍କର ଦୁଇ ଭଉଣୀ ଅଛନ୍ତି। ଜଣଙ୍କର ବିବାହ ହୋଇସାରିଥିବା ବେଳେ ରାଜେଶଙ୍କ ବିବାହ ପରେ ଆଉ ଜଣଙ୍କର ବିବାହ ହୋଇଥାନ୍ତା।

rajesh narang

ରାଜେଶଙ୍କ ପୋଷ୍ଟିଂ ବିହାର ରେଜିମେଣ୍ଟରେ ହୋଇଥିଲା। ଗତ କିଛି ଦିନ ହେବ ଗଲବାନ ଘାଟିକୁ ସ୍ଥାନାନ୍ତରିତ ହୋଇଥିଲେ। ନେଟଓ୍ୱାର୍କ ଅସୁବିଧା ଯୋଗୁଁ ତାଙ୍କ ସହ ଅଧିକ କଥାବାର୍ତ୍ତା ହୋଇପାରୁନଥିଲେ ଘରଲୋକେ। ଘରଲୋକେ ଚିନ୍ତା ନକରନ୍ତୁ ସେଥିଲାଗି ସୀମାରେ ଚାଲିଥିବା ପରିସ୍ଥିତି ବିଷୟରେ ପରିବାର ଲୋକଙ୍କୁ କିଛି ଜଣାଇନଥିଲେ ରାଜେଶ। ଭାରତ-ଚୀନ ସୀମାରେ ପୂର୍ବରୁ କେବେ ସଂଘର୍ଷ ହୋଇନଥିବାରୁ ଘରଲୋକଙ୍କ ମନରେ ମଧ୍ୟ ଭୟର କିଛି ଆଶଙ୍କା ନଥିଲା। ହେଲେ ରାଜେଶ ନିଜ କର୍ତ୍ତବ୍ୟ ପଥରୁ ଓହରି ନଥିଲେ। ଦେଶ ପାଇଁ ଜୀବନ ଦେଇ ସେ ଆଜି ସହିଦ। ଆଜି ତାଙ୍କ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ।

Comment