ଓଡ଼ିଲାଲାଇଭ୍‌ ବ୍ୟୁରୋ

‘ଦିଲ୍ ଦିଆ ଜାନ୍‌ ଭି ଦେଗେଁ ୟେ ଓ୍ୱତନ ତେରେ ଲିୟେ’ ଏମିତି ଦେଶପ୍ରେମର ଭାବନାକୁ ଛାତିରେ ରଖି ମାତ୍ର ୨୧ ବର୍ଷ ବୟସରେ ସହିଦ ହୋଇଗଲେ ଗଣେଶ ହାଁସଦା। ମୃତ୍ୟୁବେଳେ ବିହାର ରେଜିମେଣ୍ଟର ଏହି ବୀର ଯବାନ ନିଜ ନାଁ ସ୍ୱର୍ଣ୍ଣ ଅକ୍ଷରରେ ଲେଖି ଦେଇ ଗଲେ।

ସୋମବାର ରାତିରେ ଚୀନ ସେନା ଲଢ଼ୁ ଲଢ଼ୁ ଆଖି ବୁଜି ଦେଇଥିଲେ ଗଶେଶ। ଶୁକ୍ରବାର ତାଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ ଝାଡ଼ଖଣ୍ଡର ଇଷ୍ଟ ସିଂହଭୂମିରେ ପହଞ୍ଚିଛି। ଲଦାଖରେ ସହିଦ ହୋଇଥିବା ଗଣେଶଙ୍କ ଅନ୍ତିମ ସଂସ୍କାର ବେଳେ ଜନସମୁଦ୍ର ସୃଷ୍ଟି ହୋଇଥିଲା।

ପିଲାରୁ ବୁଢ଼ା. ଝିଅ ବୋହୁ ସମସ୍ତେ ତାଙ୍କ ଶେଷଦର୍ଶନ ପାଇଁ ଆସିଥିଲେ। ଗଣେଶ ହାଁସଦା ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ। ପ୍ରତ୍ୟେକଙ୍କ ଆଖି ଲୁହରେ ଭିଜିଥିଲା। ତେବେ ସମସ୍ତେ ନିଜ ସାହସୀ ପୁଅର ବଳିଦାନ ପାଇଁ ଗର୍ବ କରିଥିଲେ।

ଗୁରୁବାର ସନ୍ଧ୍ୟା ସାତଟା ବେଳେ ରାଞ୍ଚି ବିମାନବନ୍ଦରରେ ପହଞ୍ଚିଥିଲା ଗଣେଶଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ରାଞ୍ଚି ଏୟାରପୋର୍ଟ ତାଙ୍କ ପାର୍ଥିବଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରାତି ହୋଇଯାଇଥିବାରୁ ନାମକୁମ୍ ମିଲିଟାରୀ ହସ୍ପିଟାଲରେ ରାତିସାରା ତାଙ୍କ ଶରୀରରୁ ରଖାଯାଇଥିଲା। ଶୁକ୍ରବାର ତାଙ୍କ ଅନ୍ତିମ ସଂସ୍କାର ହୋଇଛି। ଗଶେଶ ହାଁସଦା ତାଙ୍କ ଅଞ୍ଚଳର ପ୍ରଥମ ସହିଦ।

Comment