ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବରିଷ୍ଠ ଅଭିନେତ୍ରୀ ସୁଷମା ସେଠ୍‌ ଫିଲ୍ମରେ ମା’ ଏବଂ ଜେଜେମା’ଙ୍କ ଭୂମିକାରେ ଅଭିନୟ କରି ବେଶ୍ ଜଣାଶୁଣା। ସେ ପରଦାରେ ୠଷି କପୁର, ଅକ୍ଷୟ କୁମାର, ଶାହାରୁଖ ଖାନ, ହ୍ରିତିକ ରୋଶନ, ଅନିଲ କପୁର ଏବଂ ପ୍ରୀତି ଜିଣ୍ଟାଙ୍କ ପରି ଅନେକ କଳାକାରଙ୍କ ମା’ ଓ ଜେଜେ ମା’ଙ୍କ ଚରିତ୍ରରେ ନଜର ଆସିଛନ୍ତି।

ସୁଷମା ୧୯୩୬ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ହିନ୍ଦୀ ସିନେମାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇବା ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ଶ୍ୟାମ ବେନେଗାଲଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଜୁନୁନ୍’ ସୁଷମା ସେଥଙ୍କ ପ୍ରଥମ ଫିଲ୍ମ ଥିଲା କିନ୍ତୁ ଏହା ପରେ ତାଙ୍କୁ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ମିଳିଥିଲା।

ଜୁନୁନ(୧୯୭୮)

ଏହି ଫିଲ୍ମ ସହିତ ସୁଷମା ହିନ୍ଦୀ ସିନେମାରେ କ୍ୟାରିଅର୍ ଆରମ୍ଭ କରିଛନ୍ତି। ଶ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରୁସ୍କିନ୍ ବଣ୍ଡଙ୍କ ଉପନ୍ୟାସ ‘ଏ ଫ୍ଲାଇଟ୍ ଅଫ୍ ପିପୁଲ୍ସ’ ଉପରେ ଆଧାରିତ। ଏହି ଫିଲ୍ମରେ ଶଶି କପୁର, ଜେନିଫର କେଣ୍ଡଲ, ଶବାନା ଆଜମୀ, କୁଲଭୂଷଣ ଖରବନ୍ଦାଳ, ନାସିରୁଦ୍ଦିନ ଶାହା, ପ୍ରମୁଖ ଅଭିନୟ କରିଥିଲେ।

ସିଲାସିଲା

ୟଶ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା| ତେବେ ଏଥିରେ ଶଶି କପୁର, ଅମିତାଭ ବଚ୍ଚନ, ଜୟା ବଚ୍ଚନ, ରେଖା ଏବଂ ସଞ୍ଜୀବ କୁମାରଙ୍କ ପରି ଅଭିନେତାମାନେ ଅଭିନୟ କରିଥିଲେ। ଏଥିରେ ସୁଷମାଙ୍କ ବଳିଷ୍ଠ ଭୂମିକା ଥିଲା।

କଭି ଖୁସି କଭି

ଏହା ହିନ୍ଦୀ ସିନେମାର ସବୁଠାରୁ ଦାମୀ ଫିଲ୍ମ ଥିଲା ଏହି ଫିଲ୍ମ।  ସବୁଠାରୁ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖାନ, କାଜୋଲ, ହ୍ରିତିକ ରୋଶନ, କରୀନା କପୁର ଇତ୍ୟାଦି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଊ୍ମରେ କମ୍‌ ଚରିତ୍ର ଥିଲେ ବି ଭଲ ଅଭିନୟ କରିଥିଲେ ସୁଷମା।

କାଲ୍ ହୋ ନା ହୋ (୨୦୦୩)

କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେରେ ସୁଷମା ପ୍ରୀତି ଜିଣ୍ଟାଙ୍କ ଜେଜେମା ଲାଞ୍ଜୋ କପୁର ଭାବରେ ଅଭିନୟ କରିଥିଲେ।। ନିଖିଲ ଆଡଭାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହା ଏକ ପାରିବାରିକ ରୋମାଣ୍ଟିକ୍ କମେଡି ଡ୍ରାମା ଫିଲ୍ମ ଥିଲା।

Comment