ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜଣେ ମୃତକ ହେଲେ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବ୍ୟକ୍ତି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅନ୍ୟ ଜଣେ ହେଲେ ଗଞ୍ଜାମ ଜିଲ୍ଲାର ୪୯ ବର୍ଷୀୟ ବ୍ୟକ୍ତି। ଏହାସହ କେବଳ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି।

ଏହାସହ ଆଜି ରାଜ୍ୟରେ ସର୍ବାଧିକ ୩୦୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୩୦୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟର ଓ ୩୨ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି।

ଏହାସହ ରାଜ୍ୟରେ ଏହାକୁ ମିଶାଇ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୫,୧୬୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୧,୬୦୭ ଜଣ ଏବେ ବି ସକ୍ରିୟ ଅଛନ୍ତି। ସେହିପରି କରୋନା ଯୋଗୁଁ ୧୪ ଜଣଙ୍କ ମୃତ୍ୟ ହୋଇସାରିଛି।

Comment