ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଚୀନ୍ ସୀମା ବିବାଦ ପରେ ଆମେରିକା ଭାରତର ପକ୍ଷ ନେବା ପରେ ସମସ୍ତଙ୍କ ନଜର ୠଷ ଉପରେ ରହିଥିଲା। ୠଷ କାହାର ସମର୍ଥନ କରିବା ତାକୁ ନେଇ ସମସ୍ତେ ଅପେକ୍ଷାରେ ଥିଲେ। ଏହାରି ମଧ୍ୟରେ ୠଷ ସ୍ପଷ୍ଟ କରିଛି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଏଥିରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଆବଶ୍ୟକ ନାହିଁ।

ମଙ୍ଗଳବାର ୠଷ, ଭାରତ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଥିଲା। ଯେଉଁଥିରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ୠଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାବୋରାବ ସ୍ପଷ୍ଟ କରିଛନ୍ତି ଯେ ଭାରତ-ଚୀନ୍ ବିବାଦର ସମାଧାନରେ ତାଙ୍କର କୌଣସି ଭୂମିକା ରହିବ ନାହିଁ। ଏହି ସମସ୍ୟାର ଦୁଇ ଦେଶର ସୀମାକୁ ନେଇ, ତେଣୁ ଦୁଇ ଦେଶ ଆପୋଷ ବୁଝାମଣା ମଧ୍ୟରେ ଏହି ସମସ୍ୟାର ସମାଧାନ କରିବେ ବୋଲି ତାଙ୍କର ବିଶ୍ୱାସ ଅଛି।india-china

ଦୁଇ ଦେଶ ଏବେ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି। ଆଲୋଚନା ମଧ୍ୟରେ ସମସ୍ୟାର ସମାଧନ ହେବ ୠଷ କହିଛି। ୠଷର ଏହି ବୟାନ ପରେ ଏହା ସ୍ପଷ୍ଟ ହେଉଛି ଯେ ଭାରତ-ଚୀନ ବିବାଦରେ ମଧ୍ୟସ୍ଥତା କରିବାକୁ ୠଷ ରାଜି ନାହିଁ। ୠଷର ଉଭୟ ଭାରତ ଓ ଚୀନ ସହିତ ଭଲ ସମ୍ପର୍କ ରହିଛି। ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ହୋଇଥିବା ହିଂସାକୁ ନେଇ ୠଷ ଚିନ୍ତା ଜାହିର କରିଥିଲା।

ଅନ୍ୟପକ୍ଷରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବେ ୠଷରେ ଅଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ୠଷର ବିଜୟକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ମସ୍କୋରେ ପରେଡ ଅନୁଷ୍ଠିତ ହେଉଛି। ଏହି ଗ୍ରାଣ୍ଡ ପରେଡରେ ରାଜନାଥ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା।

Comment