ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

bollywood stars-1

ବିଜୁଳି ବିଲ୍ ସାମାନ୍ୟ ବୃଦ୍ଧି ପାଇଲେ ସମସ୍ତଙ୍କ ଚିନ୍ତା ବଢ଼ିଯାଏ। ତେବେ କେବଳ ସାଧାରଣଜନତା ନୁହେଁ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ନିକଟରେ ନିଜର ବିଜୁଳି ବିଲ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କିଛି ବଲିଉଡ ସେଲିବ୍ରିଟି। ଏଥିରେ ନାମ ରହିଛି ତାପସୀ ପନ୍ନୁ, ରେଣୁକା ସାହାଣେ, ଡିନୋ ମୋରିଆ, ବୀର ଦାସ, ନେହା ଧୁପିଆ ଏବଂ ଅନ୍ୟ କେତେକ ସେଲିବ୍ରିଟିଙ୍କର।

bollywood actors-3

ତେବେ ଲକଡାଉନରେ ନିଜ ବିଜୁଳି ବିଲ୍ ଦେଖି  ଆଶ୍ଚର୍ଯ୍ୟ ଅଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ତାଙ୍କର ବିଜୁଳି ବିଲ୍ ୩୬ ହଜାର ଟଙ୍କା ଆସିଛି ଯାହାକି ପୂର୍ବ ବିଜୁଳି ବିଲଠାରୁ ବହୁ ଗୁଣାରେ ଅଧିକ। ଟୁଇଟରରେ ସେ ନିଜର ତିନି ମାସର ବିଲକୁ ସେୟାର ମଧ୍ୟ କରିଛିନ୍ତି। ପୂର୍ବ ଦୁଇ ମାସର ବିଲ୍ ଯଥାକ୍ରମେ ୪୩୯୦ ଏବଂ ୩୮୫୦ ଟଙ୍କା ଥିବା ବେଳେ ଏହାର ପର ମାସ ତାଙ୍କର ୩୬ ହଜାର ବିଲ୍ ଉଠିଥିବାର ଦେଖାଯାଇଛି। ସେ ଟ୍ୱିଟରେ କହିଛନ୍ତି, “ଲକଡାଉନର ତିନି ମାସ ବିତିଲାଣି, ଏବଂ ମୁଁ ଜାଣି ପାରୁନି ଏହା ଭିତରେ ଏପରି କେଉଁ ଉପକରଣ କିଣିଛି ବା ବ୍ୟବହାର କରିଛି ଯେଉଁଥିପାଇଁ ଏତେ ବିଲ୍ ହୋଇଛି। ଆପଣ କିପରି ବିଲ୍ ତିଆରି ପ୍ରସ୍ତୁତ କରୁଛନ୍ତି”। ଏପରିକି ତାପସୀଙ୍କ ଆଉ ଏକ ଘରର ବିଲ୍ ମଧ୍ୟ ଆସିଛି ଯେଉଁଠାରେ କେହି ରୁହନ୍ତି ନାହିଁ।

ତାପସୀଙ୍କ ବ୍ୟତୀତ ଅଭିନେତ୍ରୀ ରେଣୁକା ସାହାଣେ ମଧ୍ୟ ନିଜ ବିଜୁଳି ବିଲକୁ ନେଇ ଟୁଇଟ୍ କରିଛନ୍ତି। ସେ କହିଛନ୍ତି,”ମାସ ୮ ତାରିଖରେ ମୋ ବିଜୁଳି ବିଲ୍ ୫୫୧୦ ଟଙ୍କା ଆସିଥିଲା, କିନ୍ତୁ ଜୁନରେ ଏହି ବିଲ୍ ୨୯,୭୦୦ ଟଙ୍କା ଆସିଛି। ସେଠାରେ ମୋର ମେ’ ଏବଂ ଜୁନ୍ ମାସର ବିଜୁଳି ବିଲ୍କୁ ଯୋଡ଼ିଦିଆଯାଇଛି କିନ୍ତୁ ସେଠାରେ ମେ’ ମାସର ବିଲ୍ ୫୫୧୦ ଟଙ୍କାରୁ ୧୮୦୮୦ ଟଙ୍କା କେମିତି ହେଲା? ”

bollywood actors-2

ତେବେ ବୀର ଦାସ, ଡିନୋମୋରିଆ, ନେହା ଧୁପିଆ, ସୋମ୍ୟା ଟଣ୍ଡନ ଆଦି କଳାକାରମାନେ ମଧ୍ୟ ବିଜୁଳି ବିଲ୍ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ମହାରାଷ୍ଟ୍ରର ରାଜ୍ୟ ଉର୍ଜା ମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରକାରର ଘପଲାତି ହୋଇନାହିଁ। MSEDCLର ରିଡିଂ ଅଭାରୁ ପ୍ରାୟ ୩୫୦୦ କୋଟି ଟଙ୍କାର କ୍ଷତି ହୋଇଛି। ଲୋକମାନେ ଅନଲାଇନ ନିଜର ବିଲ୍ ଯାଞ୍ଚ କରିପାରିବେ ଏବଂ ଇନଷ୍ଟଲମେଣ୍ଟରେ ଏହାକୁ ଭରିପାରିବେ। ବିଜୁଳି ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ।

Comment