ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନୀନା ଗୁପ୍ତା ଜଣେ ଜଣାଶୁଣା ବଲିଉଡ ଅଭିନେତ୍ରୀ। ସେ ଉଭୟ ସିନେମା ଓ ଟେଲିଭିଜନ ଜଗତରେ ବେଶ୍‌ ନାଁ କରିଛନ୍ତି। ଆଜି ଏହି ଖ୍ୟାତନାମା ଅଭିନେତ୍ରୀ ନିଜର ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନୀନାଙ୍କ ବିଷୟରେ କିଛି ରୋଚକ କଥା ଜାଣିବା।

ଅଶି ଦଶକରେ ଅଭିନେତ୍ରୀ ନୀନା ଗୁପ୍ତା ଜଣେ ବିଦେଶୀ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ଏହି ଯୁବକ ଜଣକ ହେଲେ ଅଶି ଦଶକର ୱେଷ୍ଟ ଇଣ୍ଡିଜ୍‌ର କ୍ରିକେଟର ଭିତ୍ତିଆନ୍‌ ରିଚର୍ଡସ୍‌। ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ନ ହୋଇ କେବଳ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେ।

୧୯୮୯ରେ ଭିତ୍ତିଆନ୍‌ ଓ ନୀନାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ତାଙ୍କ ଝିଅର ନାମ ହେଲା ମସାବା। କିନ୍ତୁ ବିଦେଶୀ ଭିତ୍ତିଆନ୍‌ ରିଚର୍ଡସ୍‌ କେବେ ହେଲେ ନୀନା ଗୁପ୍ତାଙ୍କୁ ବିବାହ କରିନଥିଲେ। କିନ୍ତୁ ଝିଅ ମସାବ୍‌ଙ୍କର ପିତା ଭାବେ ପରିଚିତ ହେବାକୁ ରାଜି ହୋଇଥିଲେ।

ନୀନାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ସିନେମା ହେଲା ସାଥ୍‌ ସାଥ୍‌, ଉତ୍ସବ, ତ୍ରିକାଲ୍‌, ବଟ୍‌ୱାରା, ସ୍ୱର୍ଗ୍, ବଲୱାନ୍, ଅଙ୍ଗାର୍‌, ଖଲ୍‌ନାୟକ, ଆଁ ଖେଁ, ମେରି ବିବିକା ଜବାବ୍‌ ନେହିଁ, ବୀରେ ଦି ୱେଡିଂ ଓ ମୁଲ୍‌କ ଇତ୍ୟାଦି। ନୀନା ତାଙ୍କ ନିଖୁଣ ଅଭିନୟ ପାଇଁ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି।

Comment