ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମାର୍କ ଜୁକରବର୍ଗଙ୍କ ‘ମାସ୍କ ଅବତାର’। ଫେସବୁକ ପ୍ରତିଷ୍ଠାତାଙ୍କ ଏଭଳି ଅବତାରକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି।

କିଛି ଦିନ ଧରି ଫେସବୁକରେ ‘ଅବତାର’ ନାମକ ଏକ ଫିଚର ଖୁବ ଟ୍ରେଣ୍ଡ ହେଉଛି। ଯେଉଁଥିରେ ଲୋକମାନେ ନିଜ ଚେହେରା ଅନୁଯାୟୀ କାର୍ଟୁନ୍ ତିଆରି କରି ଏହାକୁ ପ୍ରୋଫାଇଲ୍ ଫଟୋ ରଖୁଛନ୍ତି।ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ବୁଧବାର ତାଙ୍କର ପ୍ରୋଫାଇଲ୍ ଫଟୋକୁ ପରିବର୍ତ୍ତନ କରିବା ସହିତ ମାସ୍କ ଅବତାରକୁ ଆପଣାଇଥିଲେ। ଯାହାକୁ ଫେସବୁକ ୟୁଜରମାନେ ପସନ୍ଦ କରିଛନ୍ତି।

ମାତ୍ର ୧୭ବର୍ଷ ବୟସରେ ଜୁକବର୍ଗ ନିଜ ସାଙ୍ଗ ମାନଙ୍କ ସହ ମିଶି ‘ସିନେପ୍ସ ମିଡିଆ ପ୍ଲେୟାର୍’ ନିର୍ମାଣ କରିଥିଲେ। ନିଜ ମନ ପସନ୍ଦର ଗୀତକୁ ଷ୍ଟୋର୍ କରି ରଖିବାରେ ଏହା ବେଶ୍‌ ସହାୟକ ହୋଇପାରିଥିଲା।CGU new

ଜୁକରବର୍ଗଙ୍କ ମଧ୍ୟରେ ଶିଖିବାର ଇଚ୍ଛା ଏତେ ମାତ୍ରାରେ ଥିଲା ଫେସବୁକ୍ ନିର୍ମାଣ କରିବା ପୂର୍ବରୁ ଫେସମାସ ନାମକ ଏକ ୱେବସାଇଟ୍ ନିର୍ମାଣ କରିଥିଲେ। ଏହା ଏକ ମଜାଦାର ସାଇଟ୍‌ ଥିଲା। ଏହି ସାଇଟରେ ଦୁଇଜଣଙ୍କ ଫଟୋ ଅପଲୋଡ୍ କଲେ ଜାଣିହେବ କି କିଏ ସବୁଠୁ ହଟ୍‌। ଏହି ସାଇଟକୁ ନେଇ ବହୁ ବିବାଦ ଦେଖାଯାଇଥିଲା। ଏହା ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରି ଅନେକ ଛାତ୍ର ଏହାର ବିରୋଧ କରିଥିଲେ। କିନ୍ତୁ ମାର୍କ ଆଶା ଛାଡ଼ି ନଥିଲେ। ବିବାଦ ସତ୍ତ୍ଵେ ଫେସମାସ ବହୁ ଲୋକପ୍ରିୟତା ହାସଲ କରିଥିଲା। ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୧୦ଲକ୍ଷ ଟପିଥିଲା।

ଫେସମାସ ଦ୍ଵାରା ଅନୁପ୍ରାଣୀତ ହେଇ ମାର୍କ ଜୁକରବର୍ଗ ହାବାର୍ଡ ବିଶ୍ଵବିଦ୍ୟାଳୟସ୍ଥିତ ନିଜ ରୁମମେଟ ହଷ୍ଟିନ ମୋସ୍କୋଭିଜଙ୍କ ସହିତ ମିଶି ଫେସବୁକ ନିର୍ମାଣ କଲେ। ପରେ ଜୁକରବର୍ଗ ଏବଂ ମୋସ୍କୋଭିଜ ସେମାନଙ୍କର ଅନ୍ୟ କେତେ ବନ୍ଧୁଙ୍କୁ ନେଇ କାଲିଫର୍ଣ୍ଣିଆର ପାଲୋ ଅଲ୍ଟୋ ଚାଲିଆସିଥିଲେ। ଏକ ଘର ଭଡ଼ା ନେଇ ସେଠାରେ ଫେସବୁକର କାର୍ଯ୍ୟାଳୟ ଖୋଲିଥିଲେ। ଜୁକରବର୍ଗଙ୍କ ଉଦ୍ୟମ କ୍ରମେ ପିଟର ଥିଏଲ ଫେସବୁକରେ ପୁଞ୍ଜି ନିବେଶ କରିଥିଲେ।୨୦୦୪ର ମଧ୍ୟ ଭାଗରେ ଫେସବୁକର ପ୍ରଥମ କାର୍ଯ୍ୟାଳୟ ଉଦଘାଟନ ହେଇଥିଲା। ଏହାପରଠୁ ଜୁକରବର୍ଗ ସଫଳତାର ଶିଡ଼ି ଚଢ଼ିଆସୁଛନ୍ତି।

Comment