ଓଡ଼ିଶାଲାଇଭ୍ ବ୍ୟୁରୋ

ମାଓବାଦୀ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାକୁ ରାଜ୍ୟ ସରକାର ମାଓବାଦୀ ମୁକ୍ତ ବୋଲି ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି।

ଏଥିସହିତ ଏହି ଜିଲ୍ଲାଗୁଡ଼ିକୁ ଏସଆରଇ ତାଲିକାରୁ ମଧ୍ୟ ବାଦ ଦିଆଯାଇଛି। ସାରା ଓଡ଼ିଶାକୁ ମାଓବାଦୀ ମୁକ୍ତ କରିବା ଓଡ଼ିଶା ପୋଲିସର ଲକ୍ଷ୍ୟ ବୋଲି ଡିଜିପି ଲେଖିଛନ୍ତି।CGU new

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲା ମାଓ ମୁକ୍ତ ହୋଇସାରିଛି। ୨୦୦୮ ଏପ୍ରିଲ ୬ ତାରିଖରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମାଓମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଥିଲା।

Comment