ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଏହାରି ମଧ୍ୟରେ ମଙ୍ଗଳବାର ଜିଆରପି ପୋଲିସକୁ କିଛି ସିସିଟିଭି ଫୁଟେଜ୍ ମିଳିଛି।

ଏହି ସିସିଟିଭି ଫୁଟେଜରେ ଆଦିତ୍ୟ ତାଙ୍କ ଘରୁ ଲିଙ୍ଗରାଜ ଷ୍ଟେସନ ଆଡ଼କୁ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହି ସିସିଟିଭି ଫୁଟେଜ ଦ୍ୱାରା ପୋଲିସକୁ ତଦନ୍ତ କରିବାରେ ସହଜ ହେବ ବୋଲି କୁହାଯାଇଛି।CGU newଅନ୍ୟପଟେ ଆଦିତ୍ୟ ସେଦିନ ରାତିରେ ପୁରୁଷୋତ୍ତୋମ ଏକ୍ସପ୍ରେସ ସହ ଧକ୍କା ହୋଇଥିବା ନେଇ ପୋଲିସ ସନ୍ଦେହ କରିଛି। ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କୁ ଜେରା ମଧ୍ୟ କରିସାରିଲାଣି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ।

ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ କୁହାଯାଇଛି ଯେ, ଟ୍ରେନ ସହ ଧକ୍କା ହୋଇ ଆଦିତ୍ୟଙ୍କର ମୃତ୍ୟୁ ହୋଇଛି। ହେଲେ ତାଙ୍କର ପତ୍ନୀ ଏହାକୁ ହତ୍ୟା ବୋଲି କହୁଛନ୍ତି।

ଗତ ଜୁଲାଇ ୭ ତାରିଖରେ ରେଳ ଧାରଣାରୁ ସମାଜସେବୀ ଆଦିତ୍ୟ ଦାଶଙ୍କ ରକ୍ତ ଜୁଡୁବୁଡୁ ମରଶରୀର ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ସପ୍ତାହେ ପୁରିଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ସଠିକ୍ ଭାବେ କହିପାରୁନାହିଁ।

Comment