ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

Armaan malik birthday

ବଲିଉଡର ୟଙ୍ଗ୍ ରୋମାଣ୍ଟିକ ସିଙ୍ଗର ଅରମାନ ମଲିକ୍ ଆଜି ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। କମ ବୟସରୁ ହିଁ ବଲିଉଡକୁ ଅନେକ ହିଟ୍ ଗୀତ ଦେଇ ଢ଼େର୍ ଲୋକପ୍ରିୟତା ହାସଲ କରିଛନ୍ତି ଅରମାନ। ସେ ଜଣାଶୁଣା କଣ୍ଠଶିଳ୍ପୀ ଅନୁ ମଲ୍ଲିକଙ୍କ ଭଣଜା ଏହଂ ତାଙ୍କ ଜେଜେ ସରଦାର ମଲିକ୍ ମଧ୍ୟ ଜଣେ ଲୋକପ୍ରିୟ ଗାୟକ ଥିଲେ।

CGU new

୧୯୯୫ ମସିହା ଜୁଲାଇ ୨୨ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଅରମାନ। ଚାରି ବର୍ଷ ବୟସରେ ସେ ସଂଗୀତ ତାଲିମ ନେବା ଆରମ୍ଭ କରିବା ସହ ଆଠ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ଟିଭି ସୋ’ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପ୍ସ’ରେ ଅଂଶଗ୍ରହଣ କରି ସେ ଟପ୍ ୭ ଯାଏଁ ଯାଇଥିଲେ।

Armaan malik-2

ତେବେ ପ୍ରଥମେ ଫିଲ୍ମ ‘ଭୁତନାଥ’ରେ ଅମିତାଭ ବଚ୍ଚନଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଥିଲେ ଅରମାନ। ବଡ଼ ହେବା ପରେ ନିଜର ମ୍ୟୁଜିକ ଆଲବମ ଜରିଆରେ ସେ ଲୋକପ୍ରିୟତା ହାସଲ କରିଥିଲେ। ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କ ପ୍ରଶଂସା କରିଥିଲେ ଏବଂ ଏହି ଆଲବମରୁ ‘ତୁମକୋ ତୋ ଆନା ହି ଥା’ ଗୀତଟିକୁ ନିଜ ଫିଲ୍ମ ‘ଜୟ ହୋ’ରେ ସ୍ଥାନ ଦେଇଥିଲେ।

Armaan malik

ଏହାପରଠୁ ଗୋଟିଏ ପରେ ଗୋଟିଏ ଅନେକ ହିଟ୍ ଗୀତ ଦେଇଥିଲେ ଅରମାନ। ବର୍ତ୍ତମାନ ବଲିଉଡର ଆଗ ଧାଡ଼ିର ଗାୟକଙ୍କ ମଧ୍ୟରେ ସେ ନିଜର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି।

Comment