ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟିର ଉର୍ବରତା ବୃଦ୍ଧି ଓ ଅଧିକ ଅମଳ ପାଇଁ ବାୟୋସାର ବ୍ୟବହାର ହୋଇଥାଏ। ତେବେ ଜାଣନ୍ତୁ ଏହାର ପ୍ରୟୋଗ କିପରି କରିବେ।

ବାୟୋସାର ପ୍ରୟୋଗ ଦ୍ୱାରା ଚାଷୀମାନେ ଅନେକ ସୁବିଧା ପାଇଥାନ୍ତି।

  • ଏହା ମାଟି ଉପରେ ଅଣୁଜୀବ ସଂଖ୍ୟା ବୃଦ୍ଧି କରେ।
  • ବାୟୁରେ ଥିବା ଯବକ୍ଷାରଯାନକୁ ମାଟିରେ ମିଶାଏ।
  • ମାଟିରେ ଥିବା ଫସଫରସ୍‌ ଓ ପଟାସ୍‌କୁ ଗଛକୁ ସହଜରେ ଉପଲବ୍ଧ କରାଏ।
  • ଗଛ ଶୀଘ୍ର ବଢ଼େ।
  • ମାଟିରୁ ଦୂରରେ ଥିବା ଫସ୍‌ଫରସକୁ ସଞ୍ଚାଳନ କରି ଗଛକୁ ଯୋଗାଏ।

ସାଧାରଣତଃ ଢିପ ଜମିରେ ଆଜୋଟୋବକ୍ଟର  ଓ ମଝିଆଳି ଖାଲୁଆ ଜମିରେ ଆଜୋସ୍ପିରିଲମ ପ୍ରୟୋଗ କରାଯାଏ। ଆଜୋଟୋବକ୍ଟର ଓ ଆଜୋସ୍ପିରିଲମ ବାୟୋସାର ମିଶ୍ରିତ ଭାବେ ମଧ୍ୟ ସବୁ ପ୍ରକାର ଧାନ ଜମିରେ ବ୍ୟବହାର କରାଯାଇପାରେ। ଏଗୁଡ଼ିକୁ ମାଟିରେ ପ୍ରୟୋଗ କରିବା ସହିତ ବିହନ ଓ ତଳି ମଧ୍ୟ ଉପଚାର କରାଯାଏ।

ତଳି ଉପଚାର

ତଳି ଉପଚାର ପାଇଁ ଧାନ ରୋଇବା ପୂର୍ବରୁ ଚାରାର ଚେରଗୁଡ଼ିକୁ ବାୟୋସାରର ତରଳ ମଣ୍ଡରେ ୧୦ରୁ ୩୦ ମିନିଟ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହାପରେ ଯାଇ ତଳିକୁ ରୁଅନ୍ତୁ।CGU new

ବିହନ ଉପଚାର

ବିହନ ଉପଚାର ପାଇଁ ୨୫୦ ଗ୍ରାମ ବାୟୋସାର ୨ ଗୁଣ ପାଣି ସହ ସହ ମିଶାଇ ୧୦ କିଲୋଗ୍ରାମ ବିହନ ସହ ଗୋଳାଇ ଛାଇରେ ଶୁଖାନ୍ତୁ। ଏହାପରେ ଉପରବେଳା ସେଗୁଡ଼ିକୁ ଧାନରେ ବୁଣି ଦିଅନ୍ତୁ।

ମାଟିରେ ବାୟୋସାର ପ୍ରୟୋଗ

ମାଟିରେ ବାୟୋସାର ପ୍ରୟୋଗ କରିବାକୁ ହେଲେ ହେକ୍ଟର ପ୍ରତି ୩ କିଲୋଗ୍ରାମ ବାୟୋସାରକୁ କମ୍ପୋଷ୍ଟ ସହ ମିଶାଇ ମାଟିରେ ପ୍ରୟୋଗ କରନ୍ତୁ।

କେବଳ ଧାନ ନୁହେଁ ଅନ୍ୟାନ୍ୟ କେତେକ ଫସଲ ପାଇଁ ମଧ୍ୟ ଏହି ସବୁ ଉପାୟରେ ବିହନରେ, ତଳିରେ ଅଥବା ମାଟିରେ ବାୟୋସାର ପ୍ରୟୋଗ କରାଯାଇପାରେ।

Comment