ଓଡିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁର ବ୍ଲକର ଏକ ଜୁଆ ଆଡ୍ଡା ଉପରେ କାକଟପୁର ପୋଲିସ ଚଢ଼ାଉ କରିଛି। ଜୁଆଡ଼ିଙ୍କଠାରୁ ୧୨ ହଜାର ୩ ଶହ ଟଙ୍କା ଏବଂ ୮ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୂଚନା ମିଳିଛି।

ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ କାକଟପୁର ପୋଲିସର ୧୨ ଜଣିଆ ଟିମ୍ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ଘଟଣାରେ ନରେଶ ସ୍ଵାଇଁ, କୃଷ୍ଣ ବେହେରା, ସମୀର ଲେଙ୍କା, ଦୀପକ ସ୍ଵାଇଁଙ୍କୁ ଗିରଫ କରାଯାଇଛି।

ଜୁଆଡ଼ିମାନଙ୍କୁ ଗିରଫ କରି ଫେରିବା ସମୟରେ ଜୁଆ ଖେଳରେ ଗିରଫ ଅଭିଯୁକ୍ତଙ୍କର କିଛି ସମ୍ପର୍କୀୟ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏଥିସହ ପୋଲିସ କର୍ମଚାରୀଙ୍କଠାରୁ ପିସ୍ତଲ ଏବଂ ମୋବାଇଲ ଛଡ଼ାଇ ନେଇଥିଲେ।CGU newଏପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପିସ୍ତଲ ଓ ମୋବାଇଲ ମିଳିନାହିଁ। ଏଥିରେ ବଡ଼ବଡ଼ ବାବୁଙ୍କର ହାତ ଥିବା ସନ୍ଦେହ କରାଯାଉଛି। ଗିରଫ ୪ ଅଭିଯୁକ୍ତଙ୍କ ସମେତ ୭ରୁ ୮ ଜଣ ଜୁଆଡ଼ି ଏହି ଖେଳରେ ସାମିଲ ଥିଲେ। ଫେରାର ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ନିମାପଡ଼ା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Comment