ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ନାଗ ପଞ୍ଚମୀ। ହିନ୍ଦୁ ଧର୍ମରେ ନାଗ ସାପକୁ ଭଗବାନଙ୍କ ରୂପ ବୋଲି ବିବେଚନା କରାଯାଉଥିବାରୁ ଏହି ଦିନ ଲୋକେ ମନ୍ଦିରରେ ସାପଙ୍କୁ ପୂଜା କରନ୍ତି। କିନ୍ତୁ ଆମ ଦେଶରେ ଏକ ଏମିତି ମନ୍ଦିର ରହିଛି, ଯାହା କେବଳ ବର୍ଷକରେ ଥରେ ନାଗ ପଞ୍ଚମୀରେ ଖୋଲାଯାଏ। ଏହି ମନ୍ଦିର ମଧ୍ୟପ୍ରଦେଶର ଉଜ୍ଜୈନରେ ଅବସ୍ଥିତ। ନାଗଚନ୍ଦ୍ରେଶ୍ୱର ମନ୍ଦିର ଭାବେ ଏହା ସବୁଠି ପ୍ରସିଦ୍ଧ।

ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ନାଗରାଜା ତକ୍ଷକ ନିଜେ ଉପସ୍ଥିତ ଅଛନ୍ତି। ଏହି କାରଣରୁ ନାଗପଞ୍ଚମୀ ଦିନ ମନ୍ଦିର ଖୋଲିବା ଦ୍ୱାରା ନାଗ ଦେବତାଙ୍କୁ ପୂଜା କରାଯାଇଥାଏ।CGU new

ନାଗଚନ୍ଦ୍ରେଶ୍ୱର ମନ୍ଦିରରେ ଏକାଦଶ ଶତାବ୍ଦୀର ଏକ ପ୍ରତିମୂର୍ତ୍ତି ଅଛି, ସେଭଳି ମୂର୍ତ୍ତି ଦୁନିଆର ଅନ୍ୟ କେଉଁଠାରେ ନାହିଁ ବୋଲି ଦାବି କରାଯାଉଛି।

ନାଗଚନ୍ଦ୍ରଶେଶ୍ୱର ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସ୍ଥାନରେ ମହାଦେବ ସାପର ଶଯ୍ୟା ଉପରେ ବସିଥିବା ଦେଖିବାକୁ ମିଳେ। ଏହି ପ୍ରାଚୀନ ମନ୍ଦିର ପ୍ରାୟ ୧୦୫୦ ଖ୍ରୀଷ୍ଟାବ୍ଦରେ ରାଜା ଭୋଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ଷକରେ ଥରେ ନାଗପଞ୍ଚମୀ ଦିନ ଲକ୍ଷ ଲକ୍ଷ ଭକ୍ତ ଏଠାରେ ଦର୍ଶନ କରିବାକୁ ଆସନ୍ତି।

Comment