ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଭିଗଲା ଅଭିନେତ୍ରୀ ଦୀପା ସାହୁଙ୍କ ଜୀବନ ଦୀପ। ଦୀର୍ଘଦିନରୁ ଅସୁସ୍ଥ ଥିବା ଦୀପା ସାହୁ ୩୫ ବର୍ଷ ବୟସରେ ସୋମବାର ଆଖି ବୁଜି ଦେଇଛନ୍ତି। ଏନେଇ ତାଙ୍କ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି।

ଅଭିନେତ୍ରୀ ଦୀପା କ୍ୟାନ୍ସରରେ ପୀଡ଼ିତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଓଡ଼ିଆ ଆଲବମ୍ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ଦୀପା। ସେ ଅନେକ ହିଟ୍ ଆଲବମ ଗୀତରେ ଅଭିନୟ କରିଥିଲେ। ଏଥିସହିତ ସେ କେତୋଟି ଫିଲ୍ମ ଓ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।

ନିଜର ଅଭିନୟ ଓ ଆଲବମ ଗୀତ ମାଧ୍ୟମରେ ସେ ବେଶ ପରିଚିତ ହୋଇପାରିଥିଲେ। ‘ତା’ର କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ’ ସବୁଠୁ ଲୋକପ୍ରିୟ ଗୀତ ଥିଲା। ଏଥିରେ ଅଭିନେତା ଅନୁଭବ ତାଙ୍କ ସହ ଅଭିନୟ କରିଥିଲେ।

Comment