ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଏଥର ସବୁ ଉତ୍ସବ ଫିକା ପଡ଼ିଛି। ପର୍ବ ପର୍ବାଣୀ ପାଇଁ ଲୋକଙ୍କ ମନରେ ସେ ଉତ୍ସାହ ନାହିଁ। ଦିନକୁ ଦିନ କରୋନା ମଧ୍ୟ ତା’ର କାୟା ମେଲାଉଛି। ଏଭଳି ସ୍ଥିତିରେ ଟେଲି ଅଭିନେତ୍ରୀ ଦୀପିକା କକ୍କର ଘରେ ରାକ୍ଷୀ ତିଆରି କରି ରାକ୍ଷୀ ପୂର୍ଣ୍ଣିମା ପାଳିବାକୁ ମନସ୍ଥ କରିଛନ୍ତି।

ସେ ଅନ୍ୟମାନଙ୍କୁ ବି ଏହି ଟିପ୍ସ ଦେଇଛନ୍ତି।  ନିଜେ ଘରେ ବସି ରାକ୍ଷୀ ତିଆରି କରୁଥିବାରୁ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ଛୁଞ୍ଚି, ସୂତା, ରିବନ୍ ଭଳି ଜିନିଷ ବ୍ୟବହାର କରି ସୁନ୍ଦର ରାକ୍ଷୀ ତିଆରି କରିଛନ୍ତି ତାହାଳ ଦେଖିବାକୁ ମିଳିଛି।

ଅଭିନେତ୍ରୀ ଦୀପିକା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି। ସବୁବେଳେ କିଛି ନା କିଛି ଭିଡିଓ ପୋଷ୍ଟ କରିଥାନ୍ତି। ଏହି କରୋନା ସମୟରେ କିଭଳି ସେ ନିଜର ସମୟ ବିତାଉଛନ୍ତି ତାହା ମଧ୍ୟ ସେ ତାଙ୍କ ପ୍ରଂଶସକଙ୍କ ସହ ସେୟାର କରନ୍ତି।

Comment