ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଫିଲ୍ମରେ ସୁଯୋଗ ଦେବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପିଣ୍ଟୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଲିଖିତ ଅଭଯୋଗ କରିଛନ୍ତି ସଂପୃକ୍ତ ଯୁବତୀ।

ପିଣ୍ଟୁଙ୍କ ସମେତ ଆଉ ୩ ଜଣଙ୍କ ନାଁରେ ମଧ୍ୟ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପୋଲିସ ଏଫଆଇଆର ରଖି ଆସନ୍ତା ୧୫ ଦିନ ଭିତରେ ଥାନାକୁ ଆସି ନିଜ ପକ୍ଷ ରଖିବାକୁ ପିଣ୍ଟୁଙ୍କ ସମେତ ଅନ୍ୟ ୩ ଜଣଙ୍କୁ ନୋଟସ୍‌ କରିଛି।

ଅନ୍ୟପକ୍ଷରେ ପିଣ୍ଟୁ କିନ୍ତୁ ଯୁବତୀଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯବୁତୀ ଜଣକ କାହିଁକି ଏଭଳି ଅଭିଯୋଗ କରିଛନ୍ତି ସେ ଜାଣି ନାହାନ୍ତି ବୋଲି କହିଛନ୍ତି ପିଣ୍ଟୁ।

Comment