ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ
  • ଆସିଲା ‘ଓଡ଼ିଶା ଡେଭଲପମେଣ୍ଟ ଅଥୋରିଟି ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରୁଲ୍ ୨୦୨୦’
  • ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ

ନୂଆ ଘର ତିଆରି କରୁଛନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ କୋଠାବାଡ଼ି ନିର୍ମାଣ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ‘ଓଡ଼ିଶା ଡେଭଲପମେଣ୍ଟ ଅଥୋରିଟି ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରୁଲ୍ ୨୦୨୦’ ଆଣିଛନ୍ତି ସରକାର।

ଏଣିକି ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ବନ୍ଧକ ସାଜିବନି ଫ୍ଲାଟ୍ ସାଇଜ୍। ପୁରୁଣା ଘର ମରାମତି କିମ୍ଵା ନୂଆ ଘର ମଡ଼େଲ ପ୍ଲାନ୍ ଅନୁମତି ପାଇଁ ମଧ୍ୟ ବାରମ୍ଵାର ପ୍ରଶାସନର ଦ୍ଵାରସ୍ଥ ହେବାକୁ ପଡ଼ିବନି। ଆବଶ୍ୟକ ଟଙ୍କା ଦାଖଲକରି, ଅଣ୍ଡରଟେକିଂ ଦେଇ ଆପଣ କାର୍ଯ୍ୟ ଆରମ୍ଭ କରିପାରିବେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। BGU

ଏଣିକି ଆଠଟି ଗୃହ ରହିଥିବା ଅଟ୍ଟାଳିକାକୁ ମିଳିବ ଆପାର୍ଟମେଣ୍ଟ ମାନ୍ୟତା। ଆଗରୁ ଚରୋଟି ଗୃହ ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯଆଉଥିଲା। ବାହ୍ୟ ଭିତ୍ତିଭୂମି ଉନ୍ନତିକରଣ ଫି ଓ ଖରିଦ ଯୋଗ୍ୟ ଏଫଏଆର ଦେୟକୁ କିସ୍ତିରେ ଦେଇହେବ।

ଏହି ନୂଆ ନିୟମ ଦ୍ୱାରା ସରକାରୀ ଅଣସରକାରୀ ଭାଗିଦାରୀ ଭିତ୍ତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନଆୟକାରୀ ବର୍ଗ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହନିର୍ମାଣ ପ୍ରକଳ୍ପମାନଙ୍କରେ ବର୍ତ୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦% ଜାଗା ଉପରେ ସୁଲଭ ଗୃହ ନିର୍ମାଣ କରିବା ପାଇଁ ୬୦% ସରକାରୀ ଜାଗା ମାଗଣାରେ ମିଳିବ। ଏହା ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା । ବର୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି ଯାହା ସମଗ୍ର ଭାରତ ବର୍ଷରେ ପ୍ରଥମ ଏବଂ ସର୍ବାଧିକ।

‘‘ରାଜ୍ୟରେ ଗୃହ ନିର୍ମାଣ ପାଇଁ ଥିବା ଜମିବାଡ଼ିର ଅଭାବକୁ ଦୃଷ୍ଟିରେ ରଖାଯାଇ ଏହି ନିୟମରେ ପରିବର୍ତ୍ତନ ଅଣାଯାଇଛି। ଓଡ଼ିଶାରେ ରିଏଲିଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବା ସହ ଜିଡିପି ଉପରେ ଏହା ଅଧିକ ପ୍ରଭାବ ପକାଇବ’’, ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସର୍ବୋପରି ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ଵ ଦିଆଯିବ ଏହା ସହ ସହରାଞ୍ଚଳର ଗରିବ ଏବଂ ବାସହୀନମାନେ ଏହି ବ୍ୟବସ୍ଥା ଦ୍ଵାରା ବେଶ୍ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

Comment