ଓଡ଼ିଶାଲାଇଭ୍‌ ବ୍ୟୁରୋRhea chakrabarti

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣିଥରେ ମୁହଁ ଖୋଲିଛନ୍ତି ରିୟା। ସୁଶାନ୍ତଙ୍କ ମାମଲାରେ ସେ ବି ସିବିଆଇ ତଦନ୍ତ ଚାହୁଁଥିବା ତାଙ୍କ ଓକିଲଙ୍କ ମାଧ୍ୟମରେ କହିଛନ୍ତି।

‘‘ବିହାର ପୋଲିସ ଯେଉଁ ଢଙ୍ଗରେ ତଦନ୍ତ କରୁଛି। ମୁଁ ତାକୁ ବିରୋଧ କରୁଛି। ସୁଶାନ୍ତଙ୍କ ପରିବାର ଯେଉଁ ଅଭିଯୋଗ କରିଛନ୍ତି ତାହା ଭିତ୍ତିହୀନ’’, କହିଛନ୍ତି ରିୟା।

ନିକଟରେ ଆଦିତ୍ୟ ଠାକେରଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ମଧ୍ୟ ରିୟା ଖଣ୍ଡନ କରିଛନ୍ତି। ରିୟାଙ୍କର ଆଦିତ୍ୟଙ୍କ ସହ କିଛି ସମ୍ପର୍କ ନଥିଲା। ସେ କେବେ ଆଦିତ୍ୟଙ୍କୁ ଭେଟିନାହାନ୍ତି ବୋଲି ରିୟାଙ୍କ ଓକିଲ କହିଛନ୍ତି।

 

BGU

ଅନ୍ୟପକ୍ଷରେ ସୁଶାନ୍ତଙ୍କର ୧୫ କୋଟି ଟଙ୍କା ହଡ଼ପ ମାମଲାରେ ତଦନ୍ତ ପ୍ରିକ୍ରିୟାକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏମିତିକି ସୁଶାନ୍ତଙ୍କ ବାପା ଓ ଭଉଣୀଙ୍କୁ ଦିଲ୍ଲୀରେ ପଚରାଉଚରା କରାଯାଇଛି।

Comment