ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ସେମାନଙ୍କ ଫିଟନେସର କେତେ ଯତ୍ନ ନିଅନ୍ତି ତାହା ସମସ୍ତେ ଜାଣନ୍ତି। ଅଭିନେତ୍ରୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ବଜାୟ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି। ସେମାନଙ୍କୁ ଦେଖିଲେ କେହି ବି ତାଙ୍କ ବୟସର ଅନୁମାନ କରିପାରିବେ ନାହିଁ।

କାଜଲ

ଅଭିନେତ୍ରୀ କାଜଲଙ୍କୁ ସମସ୍ତେ ଜାଣନ୍ତି। ଚଳିତ ବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ତାନାଜୀ’ ରିଲିଜ ହୋଇଥିଲା। କାଜଲ ଅଭିନେତା ଅଜୟ ଦେବଗନଙ୍କ ପତ୍ନୀ। କାଜଲ ଏବଂ ଅଜୟ ଦେବଗନଙ୍କର ଦୁଇଟି ସନ୍ତାନ ନିଶା ଓ ୟୁଗ ଅଛନ୍ତି। କିନ୍ତୁ କାଜଲଙ୍କୁ ଦେଖିବା ପରେ କେହି ତାଙ୍କୁ ୨ଟି ସନ୍ତାନର ମା’ ବୋଲି କହିବେ ନାହିଁ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ବିବେଚିତ ହୋଇଥିବା ଐଶ୍ୱର୍ଯ୍ୟା ଏବେବି ଫିଲ୍ମରେ ନଜର ଆସୁଛନ୍ତି। ୪୪ ବର୍ଷ ବୟସରେ ବି ତାଙ୍କ ସୁନ୍ଦରତା କମିନି।

 ଶିଳ୍ପା ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଯେତିକି ସୁନ୍ଦର ସେତିକି ମଧ୍ୟ ଫିଟ୍। ଫିଟନେସକୁ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିବା ଶିଳ୍ପାଙ୍କ ବୟସ ୪୪ ବର୍ଷ। ତଥାପି ସେ ଏବେର ହିରୋଇନମାନଙ୍କୁ ମାତ୍‌ ଦେଉଛନ୍ତି।

ରବିନା ଟଣ୍ଡନ୍

ଅଭିନେତ୍ରୀ ରବିନା ଟଣ୍ଡନ୍ ବଲିଉଡର ସବୁଠାରୁ ସୁନ୍ଦର ଏବଂ ପ୍ରଖ୍ୟାତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୯୦ ଦଶକରେ ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ରବିନା ଟଣ୍ଡନଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। ଦୁଇଟି ସନ୍ତାନର ମା’ ହୋଇବି ତାଙ୍କ ସୁନ୍ଦରତା ଉପରେ ଏହାର କିଛି ପ୍ରଭାବ ପଡ଼ିନି।

Comment