ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ମହେଶ ଭଟ୍ଟଙ୍କ ଚାଟ୍ ଆସିବା ପରେ ଏହି ମାମଲା ପୁଣି ଥରେ ଗରମ ହୋଇଛି। ଫିଲ୍ମ ନିର୍ମାତା ମହେଶ ଭଟ୍ଟ ବିବାଦ ଘେରକୁ ଆସିଛନ୍ତି। ମହେଶ ଭଟ୍ଟଙ୍କ ପାଇଁ କିନ୍ତୁ ଏଭଳି ବିବାଦ ପ୍ରଥମ ନୁହେଁ। ତାଙ୍କର ବିବାଦ ସହିତ ପୁରୁଣା ସମ୍ପର୍କ ରହିଛି। ତେବେ ଆସନ୍ତୁ ଜାଣିବା ମହେଶ ଭଟ୍ଟଙ୍କ ଜୀବନ ସହିତ ଜଡିତ କିଛି ବଡ ବିବାଦ ସମ୍ପର୍କରେ…BGU

ପରବୀନ ବାବିଙ୍କ ସହ ସମ୍ପର୍କ

ପ୍ରସିଦ୍ଧ ଅଭିନେତ୍ରୀ ପରବୀନ ବାବିଙ୍କ ସହ ସମ୍ପର୍କକୁ ନେଇ ମହେଶ ଭଟ୍ଟ ଦିନେ ବିବାଦରେ ଥିଲେ। ବିବାହିତ ହୋଇ ପରବୀନଙ୍କ ସହ ସମ୍ପର୍କ ରଖିଥିବାରୁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ପରବୀନ ମାନସିକ ରୋଗର ଶିକାର ହୋଇଥିଲେ। ମହେଶଙ୍କ ସହ ତାଙ୍କର ସମ୍ପର୍କ ଛିଡ଼ିଥିଲା।

ପୂଜା ଭଟ୍ଟଙ୍କ ସହ କିସିଙ୍ଗ୍‌ ଫଟୋ

ମହେଶ ଭଟ୍ଟଙ୍କ ବଡ଼ ଝିଅ ପୂଜା ଭଟ୍ଟଙ୍କ ସହ ତାଙ୍କର ଏକ କିସିଙ୍ଗ୍‌ ଫଟୋ ପାଇଁ ଦିନେ ବିବାଦ ଘେରକୁ ଆସିଥିଲେ ମହେଶ। ବାପ ଝିଅଙ୍କ କିସିଙ୍ଗ୍‌ ଫଟୋ ଏକ ମାଗାଜିନ କଭର ଫଟୋ ଭାବେ ପ୍ରକାଶ ପାଇଥିଲା। ମହେଶ ଭଟ୍ଟ ସେହି ସମୟରେ ତାଙ୍କର ଏକ ମନ୍ତବ୍ୟରେ କହିଥିଲେ ଯେ ଯଦି ପୂଜା ତାଙ୍କ ଝିଅ ହୋଇନଥାନ୍ତେ ତେବେ ସେ ତାଙ୍କୁ ବିବାହ କରିଥାନ୍ତେ। ମହେଶଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ହୋଇଥିଲା।

କଙ୍ଗନାଙ୍କୁ ଜୋତା ଫୋପାଡିଥିବା ଅଭିଯୋଗ

କଙ୍ଗନା ରଣାୱତ ମହେଶ ଭଟ୍ଟଙ୍କ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରେ ଡେବ୍ୟୁ କରିଥିଲେ। ୨୦୦୬ ମସିହାରେ ଫିଲ୍ମ ‘ୱୋ ଲମ୍‌ହେ’ର ସ୍କ୍ରିନିଂ ସମୟରେ ମହେଶ ଭଟ୍ଟ କଙ୍ଗନାଙ୍କ ସହ ଅସଦାଚରଣ କରିଥିଲେ ଏବଂ ତାଙ୍କ ଉପରେ କ୍ରୋଧିତ ଜୋତା ମଧ୍ୟ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା।Rhea chakrabarti

ରିୟା ଚକ୍ରବର୍ତ୍ତୀଙ୍କ ସହ ଫଟୋ ଭାଇରାଲ

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁପରେ ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଚର୍ଚ୍ଚା ଜୋର ହେଉଛି। ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ଭାଇରାଲ ହେଉଛି। ଫଟୋ ଆସିବା ପରେ ସୋସିଆଲ ମିଡିଆରେ ମହେଶ ଭଟ୍ଟଙ୍କୁ ଟ୍ରୋଲ କରାଯାଇଥିଲା।

Comment