ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ତାଙ୍କ ବାପା କେ କେ ସିଂ। ରିୟା ଚକ୍ରବର୍ତ୍ତୀ ସୁଶାନ୍ତୁଙ୍କୁ ମାରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ବାପା।

‘‘ଲଗାତର ଡ୍ରଗ୍ସ ଦେଇ ସୁଶାନ୍ତଙ୍କୁ ରିୟା ହତ୍ୟା କରିଛନ୍ତି, ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ’’, କହିଛନ୍ତି କେକେ ସିଂ।

ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରୁଛି। ସିବିଆଇ ଗତବର୍ଷ ଠାରୁ ଅଭିନେତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଘଟଣା ବିଷୟରେ ଜାଣିବାକୁ ଚାହୁଁଛି। ଏହି ହାଇ ପ୍ରୋଫାଇଲ୍ ମାମଲାରେ ସବୁ ଆଙ୍ଗେଲରୁ ଯାଞ୍ଚ ଚାଲିଛି।

କିଛି ହ୍ୱାଟସଆପ୍‌ ଚାଟ୍‌ ଭାଇରାଲ ହେବା ପରେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ୍‌ ଥିବା ମଧ୍ୟ କୁହାଯାଉଛି। ତେବେ ଖୁବଶୀଘ୍ର ସିବିଆଇ ଏହି ସବୁ ରହସ୍ୟ ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି।

Comment