ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଏକୁଲ୍ଲାରେ ଜେଲରେ ରିୟା ଚକ୍ରବର୍ତ୍ତୀଙ୍କ ଦୁଇ ଦିନ କଟିଛି। ଡ୍ରଗ୍ସ ଲିଙ୍କରେ ନାର୍କୋଟିକ୍ସ ବ୍ୟୁରୋ ଦ୍ୱାରା ଗିରଫ ହୋଇଥିବା ଅଭିନେତ୍ରୀଙ୍କ ରିୟାଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ହେବା ପରେ ରିୟାଙ୍କୁ ବେଲ୍‌ ମିଳିବ କି ଜେଲରେ ରହିବାକୁ ପଡ଼ିବ ତାହା ସ୍ପଷ୍ଟ ହେବ।BGU

ଅନ୍ୟପଟେ ଏନ୍‌ସିବିକୁ ଦେଇଥିବା ବୟାନକୁ କୋର୍ଟରେ ଖାରଜ କରିଛନ୍ତି ରିୟା। ଅଭିନେତା ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଇବାରେ ତାଙ୍କର ସଂପୃକ୍ତି ଥିଲା ବୋଲି କହିବାକୁ ତାଙ୍କୁ ମଧ୍ୟ କରାଯାଇଥିଲା। ତାଙ୍କ ଉପରେ ଚାପ ପକାଇ ତାଙ୍କଠାରୁ ବୟାନ ନିଆଯାଇଛି ବୋଲି କହିଛନ୍ତି ରିୟା।

ସେହିପରି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ରାୟ ମଧ୍ୟ ଆଜି ପ୍ରକାଶ କରିବେ କୋର୍ଟ। ପୂର୍ବରୁ ଶୁଣାଣି ସରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ।

Comment