ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଆଜି କଟକ, ଭୁବନେଶ୍ୱରରେ ଥିବା କୋଭିଡ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ତାହା ଯାଞ୍ଚ କରାଯାଉଛି।

ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରକୁ କିଭଳି ବ୍ୟବହାର କରାଯିବ, ଯଦି ନିଆଁ ଲାଗେ ସେଠାରୁ କିଭଳି ସୁରକ୍ଷିତ ବାହାରିବେ? ଏନେଇ ଆଜି ହସ୍ପିଟାଲଗୁଡ଼ିକରେ ଅଭ୍ୟାସ କରାଯାଉଛି। ଅଗ୍ନିଶମ ବିଭାଗର ୮ ଜଣିଆ ଟିମ୍‌ ପିପିଇ କିଟ ପିନ୍ଧି ମକ୍‌ଡ୍ରିଲ ଓ ଯାଞ୍ଚ କରୁଛି।

‘‘ଏହି କାର୍ଯ୍ୟକ୍ରମ କେବଳ ଆଜି ପାଇଁ ନୁହେଁ, ଆମେ ପ୍ରତି କୋଭିଡ ହସ୍ପିଟାଲକୁ ଯିବୁ। ସେଠାରେ ସମସ୍ତ କର୍ମଚାରୀଙ୍କୁ ଏନେଇ ତାଲିମ ଦିଆଯିବ’’, କହିଛନ୍ତି ଅଗ୍ନିଶମ ଅଧିକାରୀ ରମେଶ ମାଝି।

Comment